ବେଙ୍ଗାଲୁରୁ: କର୍ଣ୍ଣାଟକର ବେଲଗାମରେ ଏକ ଚାଞ୍ଚଲ୍ୟକର ଘଟଣା ଘଟିଯାଇଛି। ଏକ ସରକାରୀ ସ୍କୁଲର ମୁସଲିମ ପ୍ରଧାନ ଶିକ୍ଷକଙ୍କୁ ହଟାଇବା ପାଇଁ ଦୁର୍ବୃତ୍ତମାନେ ପାଣି ଟାଙ୍କିରେ ବିଷ ମିଶାଇ ଦେଇଥିଲେ।
୧୪ ଜୁଲାଇରେ ଘଟିଥିବା ଏହି ଘଟଣାରେ ପୋଲିସ ୩ ଜଣଙ୍କୁ ଗିରଫ କରିଛି। ଯେଉଁଥିରେ ଶ୍ରୀ ରାମ ସେନାର ଜଣେ ସ୍ଥାନୀୟ ନେତା ମଧ୍ୟ ଅଛନ୍ତି। ପୋଲିସର ସୂଚନା ଅନୁଯାୟୀ, ଅଭିଯୁକ୍ତଙ୍କ ଲକ୍ଷ୍ୟ ଥିଲା ହୁଲିକାଟ୍ଟିର ସରକାରୀ ନିମ୍ନ ପ୍ରାଥମିକ ବିଦ୍ୟାଳୟ ରେ କାର୍ଯ୍ୟରତ ପ୍ରଧାନ ଶିକ୍ଷକ ସୁଲେମାନ ଗୋରିନାଇକଙ୍କ ଛବି ଖରାପ କରି ସ୍କୁଲରୁ ବଦଳି କରିବା।
ପାଣି ଟାଙ୍କିରେ ବିଷ ମିଶ୍ରଣ ଯୋଗୁଁ ୧୨ ଜଣ ଛାତ୍ରଛାତ୍ରୀ ଅସୁସ୍ଥ ହୋଇପଡ଼ିଥିଲେ। ସୌଭାଗ୍ୟବଶତଃ କୌଣସି ପିଲାର ମୃତ୍ୟୁ ହୋଇନଥିଲା। ସମ୍ପୂର୍ଣ୍ଣ ଘଟଣାର ଗଭୀର ତଦନ୍ତ ପରେ ପୋଲିସ ଏବେ ଏକ ଆଶ୍ଚର୍ଯ୍ୟଜନକ ଖୁଲାସା କରିଛି। ପୋଲିସର କହିବା ଅନୁଯାୟୀ, ସାଗର ପାଟିଲ ଏବଂ ନାଗନାଗୌଡା ପାଟିଲ ଜଣେ ଛାତ୍ରଙ୍କୁ ବ୍ଲାକମେଲ୍ କରି ଏହି କାଣ୍ଡ ଭିଆଇଥିଲେ।
ପଚରାଉଚରା ସମୟରେ ସେମାନେ ସ୍ୱୀକାର କରିଥିଲେ ଯେ ସେ ସ୍ଥାନୀୟ ସରକାରୀ ସ୍କୁଲର ପ୍ରଧାନ ଶିକ୍ଷକ ଭାବରେ ଜଣେ ମୁସଲମାନଙ୍କୁ ନିଯୁକ୍ତି ମିଳିବାରୁ ସେ ଅସନ୍ତୁଷ୍ଟ ଥିଲେ। ତେବେ ପୋଲିସ ତିନି ଅଭିଯୁକ୍ତ ସାଗର ପାଟିଲ, ନାଗନାଗୌଡା ପାଟିଲ ଏବଂ କୃଷ୍ଣ ମଦରଙ୍କୁ ଗିରଫ କରିଛି।
Comments are closed.