ପୁରୀ: ବାଲେଶ୍ବର ଫକୀରମୋହନ ମହାବିଦ୍ୟାଳୟରେ ଛାତ୍ରୀଙ୍କ ଆତ୍ମଦାହ ଓ ବଳଙ୍ଗାରେ ନାବାଳିକାଙ୍କ ଦେହରେ କିରାସିନି ପକାଇ ହତ୍ୟା ଘଟଣାର ପ୍ରତିବାଦ କରି ଅଗଷ୍ଟ ୭ ତାରିଖ ତଥା ଆସନ୍ତାକାଲି ବାମପନ୍ଥୀ ଦଳ ପକ୍ଷରୁ ଜିଲ୍ଲାରେ ଆନ୍ଦୋଳନ କରାଯିବ । ଏନେଇ ସୂଚନା ଦେଇଛନ୍ତି ବରିଷ୍ଠ ବାମପନ୍ଥୀ ନେତା ପ୍ରଦୀପ୍ତ କୁମାର ମହାନ୍ତି । ସେ କହିଛନ୍ତି ଯେ, ରାଜ୍ୟରେ ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ ହୋଇ ପଡ଼ିଛି । ବିଜେପି ସରକାର ସମୟରେ ମହିଳାମାନେ ଅସୁରକ୍ଷିତ ହୋଇ ପଡ଼ିଛନ୍ତି ।
ବଳଙ୍ଗା ନାବାଳିକା ମୃତ୍ୟୁର ତଦନ୍ତରେ ପୁଲିସ ସମ୍ପୂର୍ଣ୍ଣ ବିଫଳ ହୋଇଥିବା ଦଳ ଅଭିଯୋଗ କରିଛି । ନିମାପଡ଼ା ବିଧାୟକ ତଥା ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଇସ୍ତଫା ଦେବାକୁ ସିପିଆଇ ଓ ସିପିଆଇଏମ୍ ଦାବି କରିଛନ୍ତି ।
ବାଲେଶ୍ବର ଛାତ୍ରୀ ମୃତ୍ୟୁ ଓ ବଳଙ୍ଗା ନାବାଳିକା ପୋଡ଼ି ଘଟଣାର ନ୍ୟାୟିକ ତଦନ୍ତ, ବାଲେଶ୍ବର ସାଂସଦ ଓ ନିମାପଡ଼ା ବିଧାୟକଙ୍କ ଇସ୍ତଫା, ବାଲେଶ୍ବର ଘଟଣାରେ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ସମ୍ପୃକ୍ତି ଥିବାରୁ ଗିରଫ ପାଇଁ ମଧ୍ୟ ଦଳ ପକ୍ଷରୁ ଦାବି କରାଯାଇଛି ।
Comments are closed.