Latest Odisha News

BREAKING NEWS

ବୁମରାହଙ୍କ ଅନୁପସ୍ଥିତିରେ ଭାରତର ବିଜୟକୁ ସଂଯୋଗ କହିଲେ ସଚିନ

ନୂଆଦିଲ୍ଲୀ: ଇଂଲଣ୍ଡ ବିପକ୍ଷ ୫ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜକୁ ଭାରତୀୟ କ୍ରିକେଟ ଟିମ ୨-୨ରେ ଡ୍ର କରିବା ପରେ ଏବେ ସ୍ୱଦେଶ ପ୍ରତ୍ୟାବର୍ତନ କରିଛି । ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକର ଏହି ବିଜୟକୁ ଭୂୟସୀ ପ୍ରଶଂସା କରିଛନ୍ତି । ଏହି ସିରିଜରେ ଭାରତର ଷ୍ଟାର ବୋଲର ଯଶପ୍ରୀତ ବୁମରାହ ୩ଟି ମ୍ୟାଚ ଖେଳିଥିଲେ । ବୁମରାହଙ୍କ ଅନୁପସ୍ଥିିତିରେ ଭାରତୀୟ ବୋଲର ଚମତ୍କାର ପ୍ରଦର୍ଶନ କରିଥିଲେ । ତେବେ ବୁମରାହଙ୍କ ବିନା ଭାରତ ବିଜୟ ହାସଲ କରିବାକୁ ସଚିନ ଏକ ସଂଯୋଗ କହିଛନ୍ତି । ସିରିଜରେ ମହମ୍ମଦ ସିରାଜ ୨୩ ୱିକେଟ ଅକ୍ତିଆର କରି ଭାରତ ବିଜୟରେ ମୂଖ୍ୟ ଭୂମିକା ଗ୍ରହଣ କରିଥିଲେ ।

ଏହି ଅବସରରେ ୱାଶିଂଟନ ସୁନ୍ଦରଙ୍କ ଅଲରାଉଣ୍ଡ ପ୍ରଦର୍ଶନକୁ ସଚିନ ପ୍ରଶଂସା କରିଛନ୍ତି । ଟିମର ଆବଶ୍ୟକତା ଅନୁସାରେ ସେ ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ଦେଉଛନ୍ତି । ସେହିପରି ଲର୍ଡସ ଟେଷ୍ଟରେ ବେନ ଷ୍ଟୋକ୍ସଙ୍କ ବ୍ୟବହାର ନେଇ ସଚିନ ଅସନ୍ତୋଷ ପ୍ରକାଶ କରିଛନ୍ତି । କଣ ପାଇଁ ରବୀନ୍ଦ୍ର ଜାଡେଜା ଓ ସୁନ୍ଦର ତାଙ୍କ ଶତକ ପୂରଣ କରିବେ ନାହିଁ । ତୁମେ ବିଶ୍ରାମ ନେବ ବୋଲି ସେମାନେ ଖେଳିବେନି । ଯୁବ ଖେଳାଳିମାନେ ସଂଗଠିତ ହୋଇ ଖେଳିବା ଯୋଗୁ ବିଜୟ ହାସଲ କରିପାରିଲେ ବୋଲି ସଚିନ କହିଛନ୍ତି ।

Comments are closed.