ଭୁବନେଶ୍ବର:ଗତକାଲି ପାତ୍ରପଡ଼ା V2 ସମୁଖରେ ହୋଇଥିଲା ମର୍ମନ୍ତୁଦ ଦୁର୍ଘଟଣା । ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଆଠ ବର୍ଷର ଝିଅର ଜୀବନ ଚାଲିଯାଇଥିଲା ଓ ମା’, ଦୁଇ ବର୍ଷ ର ପୁଅ ଗୁରୁତର ଅବସ୍ଥାରେ ଏମ୍ସ ଆଇସିୟୁରେ ଭର୍ତ୍ତି ହୋଇଛନ୍ତି । ସୂଚନାଥାଉକି ରାସ୍ତା ପାରି ହେବା ସମୟ ରେ ପଛରୁ ସ୍କର୍ପିଓ ଓ ଥାର ଦ୍ରୁତ ଗତିରେ ଆସି ଦୁର୍ଘଟଣା କରିଥିବା ଅଭିଯୋଗ ହୋଇଛି । ତେବେ CCTV ଆଧାରରେ ଖଣ୍ଡଗିରି ଥାନା ପୋଲିସ୍ ଜଟଣୀ ଅଂଚଳରୁ ଜବତ କରିଛି ଉକ୍ତ ଥର୍ ଗାଡି । ଜଟଣୀ ଥାନା ନିକଟରେ ଥର୍ ରଖି ଫେରାର୍ ହୋଇଯାଇଥିଲେ ଡ୍ରାଇଭର୍ ।
ଖବରମୁତାବକ , ବର୍ତ୍ତମାନ ଉଭୟ ମା’, ଦୁଇ ବର୍ଷ ର ପୁଅ ଙ୍କ ସ୍ବାସ୍ଥ୍ୟ ଅବସ୍ଥା ସଙ୍କଟାପନ୍ନ ରହିଛି । ସମସ୍ତେ ପାତ୍ରପଡା ଫୁଲେଶ୍ୱରୀ ବସ୍ତିର ବାସିନ୍ଦା ବୋଲି ଜଣା ପଡିଛି ।
ଅନ୍ୟପଟେ ଭୁବନେଶ୍ୱର ପାତ୍ରପଡ଼ାରେ ଜାତୀୟ ରାଜପଥ ଅବରୋଧ କରିଛନ୍ତି ଫୁଲେଶ୍ୱରୀ ବସ୍ତିର ଲୋକେ । ଫୁଟ୍ ଓଭର୍ ବ୍ରିଜ୍ ନିର୍ମାଣ ଦାବିରେ ଟାୟାର୍ ଜାଳି ରାସ୍ତା ଅବରୋଧ କରିଛନ୍ତି । NH ଅବରୋଧ ଯୋଗୁଁ ଉଭୟ ପଟରେ ଅଟକିଛି ଶହ ଶହ ଗାଡ଼ି ।
Comments are closed.