Latest Odisha News

BREAKING NEWS

‘ଅଧା ବିଶ୍ୱକୁ ଧ୍ୱଂସ କରିଦେବୁ’, ଆମେରିକା ମାଟିରେ ଭାରତକୁ ନିଶାନା କରି ବାହସ୍ପଟ ମାରୁଛି ପାକିସ୍ତାନ….

ନୂଆଦିଲ୍ଲୀ: ଏବେ ପାକିସ୍ତାନ ସେନା ମୁଖ୍ୟ ଫିଲ୍ଡ ମାର୍ଶାଲ ଅସୀମ ମୁନିର ଆମେରିକା ଗସ୍ତରେ ଅଛନ୍ତି। ଆମେରିକା ଭାରତ ମଧ୍ୟରେ ଚାଲିଥିବା ଶୁଳ୍କ ଉତ୍ତେଜନା ଭିତରେ ଆମେରିକା ମାଟିରୁ ଭାରତକୁ ପରମାଣୁ ଧମକ ଦେଇଛନ୍ତି ମୁନିର। ମୁନିର କହିଛନ୍ତି ଯେ ଯଦି ଭବିଷ୍ୟତରେ ଭାରତ ସହିତ ଯୁଦ୍ଧ ହୁଏ ଏବଂ ଏଥିରେ ପାକିସ୍ତାନର ଅସ୍ତିତ୍ୱ ପ୍ରତି ବିପଦ ସୃଷ୍ଟି ହୁଏ, ତେବେ ସମଗ୍ର ପାକିସ୍ତାନ ପରମାଣୁ ଯୁଦ୍ଧରେ ଅବତୀର୍ଣ୍ଣ ହେବ। ଯାହା ପ୍ରଥମ ଥର ଯେ, ଯେତେବେଳେ କୌଣସି ଦେଶର ସେନା ମୁଖ୍ୟ ଆମେରିକୀୟ ମାଟିରୁ କୌଣସି ତୃତୀୟ ଦେଶ ବିରୁଦ୍ଧରେ ପରମାଣୁ ଧମକ ଦେଇଛନ୍ତି।

ଆମେରିକାର ଟାମ୍ପା ସହରରେ ଆୟୋଜିତ ଏକ ରାତ୍ରୀଭୋଜନରେ ମୁନିର କହିଥିଲେ, ଆମେ ଏକ ପରମାଣୁ-ଧନୀ ରାଷ୍ଟ୍ର। ଯଦି ଆମେ ଅନୁଭବ କରୁଛୁ ଯେ ଆମେ ବୁଡ଼ି ଯାଉଛୁ, ତେବେ ଆମେ ଅଧା ବିଶ୍ୱକୁ ଆମ ସହିତ ନେଇ ବୁଡ଼ିବୁ। ଯଦି ଆମ ପ୍ରତି କିଛି ବିପଦ ଆସେ ତାହେଲେ ଆମେ ଆମ ସହିତ ଅଧା ବିଶ୍ଵ ଧ୍ଵଂସ କରିଦେବୁ।

ଦି ପ୍ରିଣ୍ଟ’ ଅନୁଯାୟୀ, ପାକିସ୍ତାନ ଦାବି ଅନୁଯାୟୀ ଅପରେସନ୍ ସିନ୍ଦୁରରେ କାଳେ ଭାରତ ଖରାପ ଭାବରେ ପରାଜିତ ହୋଇଥିଲା। ଯାହା ପରେ ତାଙ୍କର ଦ୍ୱିତୀୟ ଆମେରିକା ଗସ୍ତ ସମୟରେ, ମୁନିର ସିନ୍ଧୁ ନଦୀର ନିୟନ୍ତ୍ରଣ ଉପରେ ଭାରତକୁ ଟାର୍ଗେଟ କରିଥିଲେ। ସେ କହିଥିଲେ, ଆମେ ଭାରତ ଏକ ବନ୍ଧ ନିର୍ମାଣ କରିବା ପର୍ଯ୍ୟନ୍ତ ଅପେକ୍ଷା କରିବୁ ଏବଂ ଯେତେବେଳେ ଏହା କରିବ, ଆମେ ଦଶଟି କ୍ଷେପଣାସ୍ତ୍ର ଦ୍ୱାରା ଏହାକୁ ଧ୍ୱଂସ କରିବୁ।

ମୁନିରଙ୍କ ଏଭଳି ବୟାନ ସେତେବେଳେ ଆସିଛି ଯେତେ ବେଳେ ଭାରତ ଏବଂ ଆମେରିକା ମଧ୍ୟରେ ଉତ୍ତେଜନା ଲାଗି ରହିଛି। ଯାହାକୁ ନେଇ ଏବେ ସରଗରମ ହୋଇଛି ରାଜନୈତିକ ମାହୋଲ।

ଭାରତ ସହିତ ୪ ଦିନିଆ ସଂଘର୍ଷ ପରେ ଦ୍ୱିତୀୟ ଥର ପାଇଁ ୱାଶିଂଟନ ଗସ୍ତ କରୁଥିବା ପାକିସ୍ତାନ ସେନା ମୁଖ୍ୟ ମୁନିର ଆମେରିକାର ଶୀର୍ଷ ରାଜନୈତିକ ଏବଂ ସାମରିକ ନେତାମାନଙ୍କୁ ଭେଟିଛନ୍ତି। ଟାମ୍ପାରେ, ମୁନିର ବିଦାୟୀ ଯୁକ୍ତରାଷ୍ଟ୍ର କେନ୍ଦ୍ରୀୟ କମାଣ୍ଡ (ସେଣ୍ଟକମ୍) କମାଣ୍ଡର ଜେନେରାଲ ମାଇକେଲ୍ ଇ. କୁରିଲାଙ୍କ ଅବସର ସମାରୋହ ଏବଂ ଆଡମିରାଲ୍ ବ୍ରାଡ୍ କୁପରଙ୍କ କମାଣ୍ଡ ଗ୍ରହଣ ଅବସରରେ ଆୟୋଜିତ କମାଣ୍ଡ ପରିବର୍ତ୍ତନ ସମାରୋହରେ ଯୋଗ ଦେଇଥିଲେ।

ଜୁନ୍ ମାସ ପୂର୍ବରୁ, ମୁନିର ପାଞ୍ଚ ଦିନିଆ ଆମେରିକା ଗସ୍ତରେ ଯାଇଥିଲେ। ଏହି ଗସ୍ତ ସମୟରେ ସେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହିତ ମଧ୍ୟାହ୍ନ ଭୋଜନରେ ଯୋଗ ଦେଇଥିଲେ। ସାଧାରଣତଃ ଏପରି ସମ୍ମାନ ଜଣେ ରାଷ୍ଟ୍ରମୁଖ୍ୟ କିମ୍ବା ସରକାର ମୁଖ୍ୟଙ୍କୁ ଦିଆଯାଇଥାଏ। ସେହି ବୈଠକ ଶେଷରେ ଟ୍ରମ୍ପ ପାକିସ୍ତାନ ସହ ତେଲ ଚୁକ୍ତି ସମେତ ବିଭିନ୍ନ କ୍ଷେତ୍ରରେ ଆମେରିକା-ପାକିସ୍ତାନ ସହଯୋଗ ବୃଦ୍ଧି କରିବାକୁ ଘୋଷଣା କରିଥିଲେ।

Comments are closed.