Latest Odisha News

BREAKING NEWS

୬.୧ତୀବ୍ରତାର ଭୂମିକମ୍ପ ଅନୁଭୂତ…ଭୁଶୁଡ଼ିଲା କୋଠା; ଜଣେ ମୃତ,ଅନେକ ଆହତ

 

ନୂଆଦିଲ୍ଲୀ: ତୁର୍କୀର ଉତ୍ତର-ପଶ୍ଚିମ ପ୍ରଦେଶ ବାଲିକେସିରରେ ୬.୧ତୀବ୍ରତାର ଏକ ଭୂମିକମ୍ପ ଅନୁଭୂତ ହୋଇଛି, ଯାହା ଫଳରେ ବହୁତ କ୍ଷୟକ୍ଷତି ଘଟିଛି। ସୂଚନା ଅନୁଯାୟୀ, ଭୂମିକମ୍ପ ଯୋଗୁଁ ଅନେକ କୋଠା ଭୁଶୁଡ଼ି ପଡ଼ିଛି ଏବଂ ଜଣେ ୮୧ ବର୍ଷୀୟା ବୃଦ୍ଧାଙ୍କର ମୃତ୍ୟୁ ହୋଇଛି।

ସ୍ଥାନୀୟ ସମୟ ସନ୍ଧ୍ୟା ୭.୫୩ (IST ରାତି ୧୦.୨୩) ରେ ଏହି ଭୂମିକମ୍ପ ରେକର୍ଡ କରାଯାଇଥିଲା। ଭୂମିକମ୍ପର କେନ୍ଦ୍ରସ୍ଥଳ ସିନ୍ଦିର୍ଗି ସହରରେ ଥିବାବେଳେ ତୁର୍କୀର ସବୁଠାରୁ ବଡ଼ ସହର ଇସ୍ତାନବୁଲ ପର୍ଯ୍ୟନ୍ତ ଭୂମିକମ୍ପ ଅନୁଭୂତ ହୋଇଥିଲା। ଭୂମିକମ୍ପ ଯୋଗୁଁ ଦୁଇଟି ମସଜିଦର ମୀନାର ମଧ୍ୟ ଭୁଶୁଡ଼ି ପଡ଼ିଥିଲା।

ତୁର୍କୀର ଗୃହମନ୍ତ୍ରୀ କହିଛନ୍ତି ଯେ,ଭୂମିକମ୍ପ ଯୋଗୁଁ ୧୬ଟି କୋଠା ଭୁଶୁଡ଼ି ପଡ଼ିଛି ଏବଂ ୨୯ ଜଣ ଆହତ ହୋଇଛନ୍ତି ।

ତୁର୍କିର ବିପର୍ଯ୍ୟୟ ଏବଂ ଜରୁରୀକାଳୀନ ପରିଚାଳନା ସଂସ୍ଥା କହିଛି ଯେ ଭୂମିକମ୍ପ ପରେ ଅନେକ ମୃଦ ଭୂମିକମ୍ପ ଝଟକା ଆସିଥିଲା । ସଂସ୍ଥା କ୍ଷତିଗ୍ରସ୍ତ କୋଠାରେ ପ୍ରବେଶ ନ କରିବାକୁ ନାଗରିକମାନଙ୍କୁ ନିବେଦନ କରିଛି।

ଏପର୍ଯ୍ୟନ୍ତ ୩.୦ ରୁ ଅଧିକ ତୀବ୍ରତାର ସାତୋଟି ଭୂମିକମ୍ପ ଅନୁଭୂତ ହୋଇଛି ।

ରାଷ୍ଟ୍ରପତି ରେସେପ୍ ତାୟିପ୍ ଏର୍ଦୋଗାନ ପ୍ରଭାବିତ ସମସ୍ତ ଲୋକଙ୍କ ଶୀଘ୍ର ଆରୋଗ୍ୟ କାମନା କରି ଏକ ବିବୃତ୍ତି ଜାରି କରିଛନ୍ତି ଏବଂ କହିଛନ୍ତି ଯେ ସମସ୍ତ ରିଲିଫ୍ ଓ ଉଦ୍ଧାର ଉପରେ କଡ଼ା ନଜର ରଖାଯାଇଛି। “ଈଶ୍ୱର ଆମ ଦେଶକୁ ସମସ୍ତ ପ୍ରକାରର ବିପର୍ଯ୍ୟୟରୁ ରକ୍ଷା କରନ୍ତୁ,” ସେ ଟ୍ୱିଟରରେ ଲେଖିଛନ୍ତି।

ସୂଚନାଥାଉକି, ତୁର୍କୀ ୨୦୨୩ ମସିହାରେ ୭.୮ ତୀବ୍ରତାର ଏକ ଭୂମିକମ୍ପର ସମ୍ମୁଖୀନ ହୋଇଥିଲା, ଯେଉଁଥିରେ ୫୩,୦୦୦ ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିଲା। ଭୂମିକମ୍ପ ଦକ୍ଷିଣ ଏବଂ ଦକ୍ଷିଣ ପୂର୍ବ ପ୍ରଦେଶରେ ଲକ୍ଷ ଲକ୍ଷ କୋଠା ପ୍ରଭାବିତ କରିଥିଲା। ଏହି ସମୟ ମଧ୍ୟରେ, ପଡ଼ୋଶୀ ସିରିଆର ଉତ୍ତର ଭାଗରେ ମଧ୍ୟ ପ୍ରାୟ ୬,୦୦୦ ଲୋକଙ୍କର ମୃତ୍ୟୁ ହୋଇଥିଲା।

Comments are closed.