Latest Odisha News

ବରଗଡ଼ ପୀଡ଼ିତାଙ୍କ ମୃତ୍ୟୁ ଘଟଣାରେ ବଡ଼ ଖୁଲାସା, ୨ ଜଣଙ୍କୁ ଅଟକ ରଖିଲା ପୋଲିସ

ବରଗଡ଼: ବରଗଡ଼ ପୀଡ଼ିତାଙ୍କ ମୃତ୍ୟୁ ଘଟଣାରେ ବଡ଼ ଖୁଲାସା । ଆଇଜି ହିମାଂଶୁ ଲାଲ୍‌, ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ପରିବାର ଲୋକଙ୍କ ବୟାନ ରେକର୍ଡ କରାଯାଇଛି । ପାରିବାରିକ କଳହ ଘଟଣାରୁ ଏହା ଘଟିଛି ବୋଲି କହିଲେ ହିମାଂଶୁ ଲାଲ୍‌ । ଏହି ଘଟଣାରେ ୨ ଜଣଙ୍କୁ ଅଟକ ରଖାଯାଇଛି । ଗାଏସିଲେଟ୍ ଥାନାରେ ୨ ଜଣଙ୍କୁ ଅଟକ ରଖିଲା ପୋଲିସ । ସଂପର୍କୀୟ ଅଜା ଓ ଜଣେ ଦୋକାନୀଙ୍କୁ ଅଟକ ରଖି ପଚରାଉଚରା କରାଯାଉଥିବା ଜଣାପଡିଛି ।

ସୂଚନାଯୋଗ୍ୟ, ବରଗଡ଼ର ଅର୍ଦ୍ଧଦଗ୍ଧ ନାବାଳିକାଙ୍କର ମୃତ୍ୟୁ ହୋଇଛି । ବୁର୍ଲା ମେଡିକାଲ୍‌ରେ ଚିକିତ୍ସାଧୀନ ଅବସ୍ଥାରେ ନାବାଳିକାଙ୍କର ମୃତ୍ୟୁ ଘଟିଛି । ବରଗଡ଼ରୁ ସଙ୍କଟାପନ୍ନ ଅବସ୍ଥାରେ ବୁର୍ଲା ଅଣାଯାଇଥିଲା । ଫିରିଙ୍ଗିମାଲ ଗାଁରୁ ଅର୍ଦ୍ଧଦଗ୍ଧ ଅବସ୍ଥାରେ ଉଦ୍ଧାର ହୋଇଥିଲେ ନାବାଳିକା ।

ତେବେ ବରଗଡ଼ ଜିଲ୍ଲା ଗାଇସିଲଟ ଥାନା ଫିରିଙ୍ଗିମାଲରେ ଆଜି ସକାଳେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଥିଲା । ଏଠାରେ ଜଣେ ୧୩ ବର୍ଷ ବର୍ଷର ନାବାଳିକା ପେଟ୍ରୋଲ ଢାଳି ଆତ୍ମହତ୍ୟା ଉଦ୍ୟମ କରିଥିଲେ। ଗୁରୁତର ଅବସ୍ଥାରେ ପ୍ରଥମେ ତାଙ୍କୁ ବରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଥିଲା । ସେଠାରେ ପୁଣି ସଂକଟାପନ୍ନ ଅବସ୍ଥାରେ ବୁର୍ଲା ଭିମସାର୍‌କୁ ସ୍ଥାନାନ୍ତରିତ କରାଯାଇଥିଲା । ତାଙ୍କ ବାପା ଦାଦନ ଖଟିବାକୁ ଯାଇଥିବା ବେଳେ ପୀଡ଼ିତା ନିଜ ମାମୁଁ ଘରେ ରହି ପାଠପଢ଼ୁଥିବା ଜଣାଯାଇଛି ।

 

Comments are closed.