Latest Odisha News

ପ୍ରେମ ବିବାହ କରି ହଟହଟା; ଗାଁ ଦାଣ୍ଡରେ ହଳ କରାଇଲେ ଗ୍ରାମବାସୀ.. 

କୋରାପୁଟ: କୋରାପୁଟରେ କଙ୍ଗାରୁ କୋର୍ଟ। କୋରାପୁଟ ଜିଲ୍ଲାର ବନ୍ଧୁଗାଁ ଅଞ୍ଚଳର ଏକ ଗାଁରେ ଏକ ଆଦିବାସୀ ଦମ୍ପତିଙ୍କୁ ବଳଦ ଭଳି ହଳ କରାଇଛନ୍ତି ଗ୍ରାମବାସୀ।

ସମାନ ଜାତିରେ ବିବାହ କରିଥିବାରୁ ଗ୍ରାମବାସୀ ମାନେ ସେମାନଙ୍କୁ ସର୍ବସାଧାରଣରେ ଅପମାନିତ କରିଥିଲେ। ସୂଚନା ଅନୁଯାୟୀ, ଜିଲ୍ଲାର ବନ୍ଧୁଗାଁ ବ୍ଲକ ଅନ୍ତର୍ଗତ ଚିଡି ବାଲସା ଗ୍ରାମରେ ଏହି ଘଟଣା ଘଟିଛି। ସ୍ଥାନୀୟ ସମ୍ପ୍ରଦାୟର ପରମ୍ପରା ବିରୁଦ୍ଧରେ ଯିବା ପାଇଁ ଗାଁ ଲୋକମାନେ ଯୁବ ଦମ୍ପତିଙ୍କୁ ଦଣ୍ଡ ଦେଇଛନ୍ତି।

ନାରାୟଣପାଟଣା ବ୍ଲକର ପେଡା ଆଲୋଡା ଗ୍ରାମର ମେରୀ କୋଲେକା ଏବଂ ଚିଡିବାଲସାର ସୀତାରାମ କୋଲେକା ସମ୍ପର୍କୀୟ ହେବା ସତ୍ତ୍ୱେ ମଧ୍ୟ ବିବାହ କରିଥିଲେ। ଯାହା ପରେ ଗ୍ରାମବାସୀ ମାନେ ସମସ୍ତଙ୍କ ଉପସ୍ଥିତିରେ ଉଭୟଙ୍କୁ ଦଣ୍ଡ ଦେବାକୁ ଯାଇ ଦୁହିଁଙ୍କୁ କାଠ ଲଙ୍ଗଳର ଯୁଆଳି ଟାଣିବାକୁ ବାଧ୍ୟ କରାଯାଇଥିଲା। ଯେତେବେଳେ କି ତାଙ୍କ ସ୍ତ୍ରୀ ଲଙ୍ଗଳ ଧରି ପାଣି ଛିଞ୍ଚିଥିଲେ।

ଗାଁ ଲୋକମାନେ କହିଛନ୍ତି ଯେ ଆଦିବାସୀ ନିୟମ ଅନୁଯାୟୀ, ଦମ୍ପତିଙ୍କୁ ଗୋଟିଏ ଗାଈ ଏବଂ ମଦ ମଧ୍ୟ ଜରିମାନା କରାଯାଇଥିଲା। ଦଣ୍ଡ ପରେ ଦମ୍ପତିଙ୍କୁ ଗାଁ ଲୋକେ ସ୍ୱାମୀ-ସ୍ତ୍ରୀ ଭାବରେ ଗ୍ରହଣ କରିଥିଲେ।

 

Comments are closed.