Latest Odisha News

ଦୃଷ୍ଟିହୀନଙ୍କ ପାଇଁ ‘ନୋଟ ସ୍କାନ ମୋବାଇଲ ଆପ’ ଲଞ୍ଚ କଲା ରିଜର୍ଭ ବ୍ୟାଙ୍କ

ଭୁବନେଶ୍ୱର: ଭାରତୀୟ ରିଜର୍ଭ ବ୍ୟାଙ୍କ ( ଆରବିଆଇ) ଦୃଷ୍ଟିହୀନ ବ୍ୟକ୍ତିଙ୍କ ପାଇଁ ନୋଟକୁ ଜାଣିବାପାଇଁ ଏକ ଆପ୍ ଲଞ୍ଚ କରିଛି । ଏହି ଆପ୍ ଥରେ ଇଣ୍ଟରନେଟରୁ ଡାଉନଲୋଡ କଲା ପରେ ଏହା ପରବର୍ତ୍ତୀ ସମୟରେ ଏହା ବିନା ଇଣ୍ଟରନେଟରେ ବି ଚାଲିବ । ଏହି ଆପ୍ସ ସ୍କାନ କରି ଜଣାଇଦେଵ ଯେ ନୋଟ କେତେ ଟଙ୍କାର । ଏହି ଆପ୍ ର ନାମ ହେଉଛି ‘ମନୀ’ ଯାହାର ଫୁଲଫର୍ମ ହେଉଛି ମୋବାଇଲ ଏଡେଡ଼ ନୋଟ ଆଇଡେଟିଫାୟର ।

ଏହା ଗୁଗୁଲ ପ୍ଲେ ଷ୍ଟୋରରୁ ଡାଉନଲୋଡ କରାଯାଇପାରିବ । ଏହାର ଫାଇଦା ଏହା ଯେ ଏହା ମହାତ୍ମା ଗାନ୍ଧୀଙ୍କ ସିରିଜର ନୋଟ ଚିହ୍ନା କୁ ବେଶ ଭଲ ଭାବେ କରିପାରୁଛି ଓ ଏହାକୁ ସାଉଣ୍ଡ ଜରିଆରେ କହିଦେବ । ନାଭିଗେସନ ପାଇଁ ଏହା ଅଡିଓ ସେନ୍ସର କାମ କରିବ । ଅର୍ଥାତ ଏହା ନିଜ ଭଏସ ରେ ଆପ୍ କୁ କଣ୍ଟ୍ରୋଲ କରାଯାଇପାରିବ । ନୋଟ ଯଦି ମୋଡି ବା ଭାଙ୍ଗ ପକାଇ ଦେଲେ ବି ଏହା ଚିହ୍ନି ପାରିବ । କହିବାକୁ ଗଲେ ଏହା ସବୁ ଆଙ୍ଗେଲରୁ ନୋଟ କୁ ଚିହ୍ନି ପାରିବ । ନୋଟର ପରିଚୟ ଇଣ୍ଟେଗ୍ଲୟୋ ପ୍ରିଣ୍ଟିଂ, ଟେକ୍ସଟାଇଲ ମାର୍କ, ସାଇଜ, ନମ୍ବର, ରଙ୍ଗ, ମୋନୋକ୍ରୋମେଟିକ ପାର୍ଟନରୁ ଏହା ଜାଣିପାରିବ ।

ଏହି ଆପ୍ସ ର ଆରମ୍ଭ ଆରବିଆଇ ଗଭନର ଶଶିକାନ୍ତ ଦାସଙ୍କ ଦ୍ଵାରା କରାଯାଇଛି । ଏହାଦ୍ୱାରା କଲର ବ୍ଲାଇଣ୍ଡ , ପର୍ସିଆଲି ସାଇଟେଡ଼, କମପ୍ଲିଟ ବ୍ଲାଇଣ୍ଡ ଆଦି ଲୋକଙ୍କୁ ସାହାଯ୍ୟ କରିବ । ଦେଶରେ ପାଖାପାଖି ୪୦ ମିଲିଅନ ଲୋକଙ୍କର ଦୃଷ୍ଟି ଦୋଷ ଅଛି । ଯେଉଁଥିରେ ପାଖାପାଖି ୭ ମିଲିଅନ ସମ୍ପୂର୍ଣ୍ଣ ଅନ୍ଧ । ସେମାନଙ୍କୁ ନୋଟ ଚିହ୍ନିବା ପାଇଁ ବହୁତ ଅସୁବିଧା ହେଉଥିଲା ।ସେହିପରି ସ୍ଥିତିରେ ସମସ୍ତ ପାଇଁ ବ୍ୟାଙ୍କିଙ୍ଗ ନୀତି ଅନୁସାରେ ଆରବିଆଇ ଏହିଭଳି ଲୋକଙ୍କୁ ମଧ୍ୟ ନୋଟ ଚିହ୍ନିବାପାଇଁ ସୁବିଧା ଦେବାକୁ ଚାହୁଁଥିଲା, ଯାହା ଲୋକମାନେ ନୋଟ ଚିହ୍ନିବାପାଇଁ ଅନ୍ୟ ଉପରେ ନିର୍ଭର କରୁଥିଲା । ଏହି ଆପ୍ ଜରିଆରେ କମ ଲାଇଟ ବା ସାଧାରଣ ଲାଇଟ, ଦିନ ସମୟରେ ନୋଟ ଚିହ୍ନିବାପାଇଁ ଆହୁରି ସୁବିଧା ହୋଇଗଲା ।

Comments are closed.