Latest Odisha News

BREAKING NEWS

ଜାଣନ୍ତୁ, ଏବର୍ଷ ବିବାହ ବନ୍ଧନରେ ବାନ୍ଧିହେବେ କେଉଁ ସେଲିବ୍ରିଟି !

ଭୁବନେଶ୍ୱର: ୨୦୨୦ ଆରମ୍ଭରୁ କ୍ରିକେଟର ହାର୍ଦ୍ଦିକ ପାଣ୍ଡ୍ୟା ତାଙ୍କ ସର୍ବିୟା ଗର୍ଲଫ୍ରେଣ୍ଡ ନତାଶ ଷ୍ଟେନକୋଚିଚଙ୍କ ସହ ସମ୍ପୂର୍ଣ୍ଣ ଷ୍ଟାଇଲରେ ନିର୍ବନ୍ଧ କରି ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ସାଜିଛନ୍ତି । ସୋସିଆଲ ମିଡିଆରେ ହାର୍ଦ୍ଦିକ ପଟୋ ଶେୟାର କରିବା ସହ ଲେଖିଛନ୍ତି । “ମେ ତେରା, ତୁ ମେରା ଜାନେ ସାରା ହିନ୍ଦୁସ୍ତାନ’’ । ଉଭୟ ନିର୍ବନ୍ଧ ମୁଦି ପିନ୍ଧିଥିବା ଫଟୋ ମଧ୍ୟ ଶେୟାର କରିଛନ୍ତି ।

ଏମାନଙ୍କ ବ୍ୟତୀତ ଆସନ୍ତୁ ଜାଣିବା ଏହି ବର୍ଷ କେଉଁ କେଉଁ ସେଲିବ୍ରେଟି ବିବାହ ବନ୍ଧନରେ ଆବଦ୍ଧ ହେବେ । ବଲିଉଡ ଷ୍ଟାର ବରୁଣ ଧାୱନ ଓ ନତାଶ ଦଲାଲ ଚଳିତ ବର୍ଷ ବିବାହ କରିବେ ବୋଲି ଜଣାପଡିଛି । ଏହି ଦୁଇ ଜଣଙ୍କୁ ପ୍ରାୟ ସ୍ଥାନରେ ଏକତ୍ର ଦେଖିବାକୁ ମିଳୁଛି ।

ବରୁଣ ଧାୱନ କିନ୍ତୁ ଏ ନେଇ କୌଣସି ମନ୍ତବ୍ୟ ଦେଇ ନାହାନ୍ତି । ଉଭୟଙ୍କ ବିବାହ ପରେ ଏହା ସତ୍ୟ କିମ୍ବା ଗୁଜବ ତାହା ଜଣାପଡିବ । ଏମାନଙ୍କ ପଛକୁ ରହିଛନ୍ତି ରଣବୀର କପୁର-ଆଲିଆ ଭଟ୍ଟ । ଉଭୟ ଦୀର୍ଘ ଦିନ ଧରି ଡେଟ୍ କରୁଛନ୍ତି । ଦୁଇ ପରିବାର ବିବାହ ନେଇ ସମ୍ମତି ଜଣାଇଥିବା ଜଣାପଡିଛି । ଋଷି କପୁର-ନୀତୁ ସିଂ ମଧ୍ୟ କୃଷ୍ଣରାଜ ପ୍ରପର୍ଟିକୁ ଏଥିନେଇ ଜୋରସୋରରେ ପ୍ରସ୍ତୁତ କରୁଛନ୍ତ ।

ତୃତୀୟ ସ୍ଥାନରେ ରହିଛନ୍ତି ମାଲାଇକା ଆରୋରା ଓ ଅର୍ଜୁନ କପୁର । ଅରବାଜଙ୍କ ସହ ବିବାହ ବିଚ୍ଛେଦ ପରେ ଗତ ବର୍ଷ ଏପ୍ରିଲରେ ଉଭୟ ବିବାହ କରିବେ ବୋଲି ଅନୁମାନ କରାଯାଉଥିଲା, ମାତ୍ର ତାହା ହେଲା ନାହିଁ । ଚଳିତ ବର୍ଷ ବିବାହ କରିବେ ବୋଲି ବିଶ୍ୱସ୍ତ ସୂତ୍ରରୁ ଜଣାପଡିଛି ।

ବିଗ ବସ କଂଟେଷ୍ଟାଂଟ କାମ୍ୟା ପଂଜାବୀ ତାଙ୍କ ବୟଫ୍ରେଣ୍ଡ ଶଲଭ ଡଂଗଙ୍କୁ ବିବାହ କରିବେ । ଡଂଗ ହେଲଥକେୟାର ବିଜନେସରେ ସମ୍ପୃକ୍ତ । କାମ୍ୟା ତାଙ୍କ ଦୀର୍ଘ ଦିନର ବୟଫ୍ରେଣ୍ଡକୁ ବିବାହ କରିବେ ବୋଲି ସୂଚନା ଦେଇଥିଲେ ।

Leave A Reply

Your email address will not be published.