Latest Odisha News

BREAKING NEWS

ଚକଲେଟ ଭଲ କରିବ କ୍ୟାନସର !

ଭୁବନେଶ୍ୱର: ପିଲାଠାରୁ ବୁଢ଼ା ଚକଲେଟ ସମସ୍ତଙ୍କର ଅତିପ୍ରିୟ । ଚକଲେଟ ଖାଇବା ପାଇଁ କିଏ ବା ଭଲନପାଏ । ଆପଣ ଯଦି ଚକଲେଟ ଖାଇବାକୁ ପସନ୍ଦ କରୁଥାନ୍ତି ତେବେ ଜାଣି ରଖନ୍ତୁ ଏଥିରୁ କଣ ସବୁ ଫାଇଦା ମିଳେ …

ମାତ୍ର ମନେ ରଖନ୍ତୁ ଯେକୌଣସି ଜିନିଷ ଦରକାରଠୁ ଅଧିକ ସ୍ୱାସ୍ଥ୍ୟ ପକ୍ଷେ କ୍ଷତିକାରକ ସାବ୍ୟସ୍ତ ହୋଇଥାଏ ।

ଏକ ଗବେଷଣାରୁ ଜଣାପଡିଛି ଯେ ଚକଲେଟ ଖାଇବା ଦ୍ୱାରା କ୍ୟାନସର ଏବଂ ଆଲଜିମର ଭଳି ରୋଗରୁ ମୁକ୍ତି ମିଳିଥାଏ । ଚକଲେଟରେ ପେଣ୍ଟମେରିକ ପ୍ରୋସିନିଡିନ ନାମକ ଏକ ଯୌଗିକ ପଦାର୍ଥ ରହିଛି ଯାହା ଶରୀରରେ କ୍ୟାନସରର ମାତ୍ରାକୁ ନିୟନ୍ତ୍ରଣ କରିଥାଏ

ଚକଲେଟ ଖାଇବା ଦ୍ୱାରା ଶରୀରରେ ରକ୍ତ ସଂଚାଳନ ଭଲ ହୋଇଥାଏ । ଫଳରେ ହୃଦଘାତର ସମସ୍ୟା ଦେଖାଦେଇନଥାଏ । ଚକଲେଟ ଖାଇବା ଦ୍ୱାରା ଶିରା ପ୍ରଶିରା ସୁସ୍ଥ ରହେ ।

ଚକଲେଟ ତ୍ୱଚା ପାଇଁ ଭଲ ନୁହଁ କିନ୍ତୁ ସୂର୍ଯ୍ୟର କ୍ଷତିକାରକ ରଶ୍ମି ପାଇଁ ଏହା ଲାଭଦାୟକ । କୋକୋରେ ଥିବା ସଲିଡ଼ ଏବଂ ଫ୍ଲାବନଏଡ ଚର୍ମ କ୍ୟାନସରରୁ ସୁରକ୍ଷା ଦେଇଥାଏ ।

ଗବେଷଣାରୁ ଜଣାପଡିଛି ଯେ, ଡାର୍କ ଚକଲେଟରେ ପଲିଫେନଲ ରହିଥାଏ ଯାହାକି ଶରୀରରେ ନାଏରିକ ଅକ୍ସାଇଡ ନାମକ ଜୈବିକ ଉପାଦାନ ଉତ୍ପାଦନ କରିଥାଏ, ଯାହା ଫଳରେ ଶରୀରରେ ରକ୍ତ ସଂଚାଳନ ଭଲ ଭାବେ ହୋଇଥାଏ |

ଡାର୍କ ଚକଲେଟ ଖାଇବା ଦ୍ୱାରା ଦୃଷ୍ଟି ଶକ୍ତି ମଧ୍ୟ ବଢିଥାଏ । ଯଦି ଆପଣ ଚଷମା ପିନ୍ଧୁଥିବେ ତେବେ ଡାର୍କ ଚକଲେଟ କିମ୍ବା ମିଲ୍କ ଚକଲେଟ ଖାଇବା ପରେ ଧୀରେ ଧୀରେ ଆପଣଙ୍କ ଦୃଷ୍ଟି ଶକ୍ତି ମଧ୍ୟ ତୀକ୍ଷ୍ଣ ହେବ ।

Leave A Reply

Your email address will not be published.