Latest Odisha News

BREAKING NEWS

ଟି୨୦ରେ ସର୍ବାଧିକ ସ୍କୋର କରିଥିବା ୫ ବ୍ୟାଟ୍ସମ୍ୟାନଙ୍କ ମଧ୍ୟରୁ ବାଦ ପଡିଲେ କୋହଲି

ନୂଆଦିଲ୍ଲୀ: ଭାରତର ମହାନ ବ୍ୟାଟ୍ସମ୍ୟାନ ବିରାଟ କୋହଲି ଦୀର୍ଘ ଦିନ ପରେ ଟି୨୦ରେ ସର୍ବାଧିକ ରନ ସଂଗ୍ରହ କରିଥିବା ୫ ବ୍ୟାଟ୍ସମ୍ୟାନଙ୍କ ମଧ୍ୟରୁ ବାଦ ପଡିଛନ୍ତି । ଡେଭିଡ ୱାର୍ଣ୍ଣର ତାଙ୍କୁ ହଟେଇ ୫ମ ସ୍ଥାନ ହାସଲ କରିଛନ୍ତି । କୋହଲିଙ୍କ ବ୍ୟତୀତ ଭାରତୀୟ ବ୍ୟାଟ୍ସମ୍ୟାନଙ୍କ ମଧ୍ୟରେ ରୋହିତ ଶର୍ମା ପ୍ରଥମ ୧୦ଜଣଙ୍କ ମଧ୍ୟରେ ରହିଛନ୍ତି । ଉଭୟ ଖେଳାଳି ଆନ୍ତର୍ଜାତୀୟ ଟି୨୦ରୁ ଅବସର ଘୋଷଣା କରି ସାରିଛନ୍ତି । ଏହି ତାଲିକାରେ ୱେଷ୍ଟଇଣ୍ଡିଜର କ୍ରିସ ଗେଲ ଏବେ ବି ଶୀର୍ଷରେ ରହିଛନ୍ତି । ସେ ୨୨ ଶତକ ସହ ୧୪୫୬୨ ରନ କରିଛନ୍ତି । କିରନ ପୋଲାର୍ଡ ୬୩ ଅର୍ଦ୍ଧଶତକ ସହ ୧୩୮୫୪ ରନକରି ଦ୍ୱିତୀୟ ସ୍ଥାନରେ ରହିଛନ୍ତି ।

ସେହିପରି ଇଂଲଣ୍ଡର ଆଲେକ୍ସ ହେଲ୍ସ (୧୩୮୧୪), ପାକିସ୍ତାନର ଶୋଏବ ମଲିକ(୧୩୫୭୧) ଓ ଡେଭିଡ ୱାର୍ଣ୍ଣର ୧୩୫୪୫ ରନ କରି ଯଥାକ୍ରମେ ତୃତୀୟରୁ ୫ମ ସ୍ଥାନ ମଧ୍ୟରେ ରହିଛନ୍ତି । କୋହଲି ୯ ଶତକ, ୧୦୫ ଅର୍ଦ୍ଧଶତକ ସହ ୧୩୫୪୩ ରନ କରି ୬ଷ୍ଠ ସ୍ଥାନକୁ ଖସି ଆସିଛନ୍ତି । ରୋହିତ ଶର୍ମା ୧୨୨୪୮ ରନ କରି ୯ମ ସ୍ଥାନରେ ରହିଛନ୍ତି । ଜୋସ ବଟଲର ୧୩୧୨୩ ରନ କରି ୭ମ ସ୍ଥାନ ହାସଲ କରିଛନ୍ତି । ବଟଲରଙ୍କ ବ୍ୟତୀତ ଅଧିକାଂଶ ଖେଳାଳି ଆନ୍ତର୍ଜାତୀୟ ଟି୨୦ରୁ ଅବସର ନେଇଥିବାରୁ ସେ ଗେଲଙ୍କ ରେକର୍ଡ ଭାଙ୍ଗିବେ ବୋଲି ଆଶା କରାଯାଉଛି ।

Comments are closed.