Latest Odisha News

BREAKING NEWS

ବେଙ୍ଗାଲୁରୁରେ ସିଲିଣ୍ଡର ଫାଟି ଘର ଧ୍ବଂସ: ଜଣେ ନାବାଳକ ମୃତ, ୯ ଆହତ, ସନ୍ଦେହରେ ବିସ୍ଫୋରଣ….

ବେଙ୍ଗାଲୁରୁ: ଆଜି ଦେଶ ସ୍ବାଧୀନତାର ଉତ୍ସବ ମନାଉଥିବା ବେଳେ ବେଙ୍ଗାଲୁରୁ ଆଡୁଗୋଦି ଅଞ୍ଚଳର ୱିଲସନ ଗାର୍ଡେନରେ ଏକ ସନ୍ଦିଗ୍ଧ ସିଲିଣ୍ଡର ବିସ୍ଫୋରଣ ଘଟଣା ସାମ୍ନାକୁ ଆସିଛି । ଯେଉଁଥିରେ ଅନେକ ଘର କ୍ଷତିଗ୍ରସ୍ତ ହୋଇଥିବା ବେଳେ ଜଣେ ନାବାଳକଙ୍କ ମୃତ୍ୟୁ ହୋଇଛି । ପ୍ରାୟ ୯ ଜଣ ଆହତ ହୋଇଛନ୍ତି । ଏନେଇ ପୋଲିସର ସୂଚନା ଅନୁଯାୟୀ, ୧୫ ଅଗଷ୍ଟରେ ଦକ୍ଷିଣ ପୂର୍ବ ବେଙ୍ଗାଲୁରୁର ଆଡୁଗୋଡି ଅଞ୍ଚଳର ୱିଲସନ ଗାର୍ଡେନରେ ଏକ ସନ୍ଦେହଜନକ ବିସ୍ଫୋରଣରେ ଜଣେ ନାବାଳକ ପ୍ରାଣ ହରାଇଛନ୍ତି ଏବଂ ଅତି କମରେ ନଅ ଜଣ ଆହତ ହୋଇଛନ୍ତି । ସମସ୍ତ ଆହତଙ୍କୁ ନିକଟସ୍ଥ ହସ୍ପିଟାଲକୁ ନିଆଯାଇଛି ।

ଚିନ୍ନୈୟାନାପଲ୍ୟାର ଏକ କମ୍ପାକ୍ଟ ବସ୍ତି ମଧ୍ୟରେ ଥିବା ଏକ ଛୋଟ ଘରେ ସକାଳ ପ୍ରାୟ ୮.୨୦ ସମୟରେ ଏହି ଘଟଣା ଘଟିଥିଲା। ପୋଲିସ ନିୟନ୍ତ୍ରଣ କକ୍ଷକୁ ସକାଳ ୮.୨୩ ସମୟରେ ବିସ୍ଫୋରଣ ବିଷୟରେ ଏକ ଫୋନ୍ ମିଳିଥିଲା ଏବଂ ଅଗ୍ନିଶମ ବିଭାଗକୁ ସକାଳ ୮.୨୫ ସମୟରେ ସତର୍କ କରାଯାଇଥିଲା। ବିଭାଗର ତଥ୍ୟ ଅନୁଯାୟୀ, ବିସ୍ଫୋରଣର ମାତ୍ରା ଜୋର ଯୋଗୁଁ କ୍ଲଷ୍ଟରରେ ଅତି କମରେ ୧୦ଟି ଅସ୍ଥାୟୀ ଘର ଭୁଶୁଡ଼ି ପଡ଼ିଥିଲା । ଅଗ୍ନିଶମ ଏବଂ ଜରୁରୀକାଳୀନ ସେବା ବିଭାଗ କର୍ମଚାରୀମାନେ ଭଗ୍ନାବଶେଷ ସଫା କରିବା ସମୟରେ ପୋଲିସ ଅଞ୍ଚଳକୁ ଘେରାବନ୍ଦୀ କରିଛି । ଘଟଣାସ୍ଥଳ ପରିଦର୍ଶନ କରିଥିବା ବେଙ୍ଗାଲୁରୁ ପୋଲିସ କମିଶନର ସୀମାନ୍ତ କୁମାର ସିଂହ କହିଛନ୍ତି, ବିସ୍ଫୋରରେ ଦଶଟି ଘର କ୍ଷତିଗ୍ରସ୍ତ ହୋଇଛି। ନଅ ଜଣ ବ୍ୟକ୍ତିଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ଏବଂ ଗୋଟିଏ ଶିଶୁର ମୃତ୍ୟୁ ହୋଇଛି ।

ଏହା ଏକ ସିଲିଣ୍ଡର ବିସ୍ଫୋରଣ କି ବୋଲି ପଚରାଯିବାରୁ, ସିଂହ କହିଥିଲେ ଯେ ବିସ୍ଫୋରଣର ପ୍ରକୃତି ବିଷୟରେ କିଛି କହିବା ବର୍ତ୍ତମାନ ଠିକ୍ ହେବ ନାହିଁ । ତଦନ୍ତ ଚାଲିଛି ବୋଲି ସେ କହିଛନ୍ତି ।

Comments are closed.