ନୂଆଦିଲ୍ଲୀ: ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜ ପରେ ଏବେ ଭାରତୀୟ ଟିମ କିଛି ଦିନ ବିଶ୍ରାମ ନେବା ପରେ ଏସିଆ କପରେ ଅଂଶଗ୍ରହଣ କରିବ । ଏହା ପରେ ଟିମ ଇଣ୍ଡିଆ ଅଷ୍ଟ୍ରେଲିଆ ବିପକ୍ଷରେ ଦିନିକିଆ ସିରିଜ ଖେଳିବ । ଦୀର୍ଘ ଦିନର ବ୍ରେକ ପରେ ରୋହିତ ଶର୍ମା ଓ ବିରାଟ କୋହଲି ଏହି ସିରିଜ ମାଧ୍ୟମରେ ପୂନର୍ବାର ଆନ୍ତର୍ଜାତୀୟ ମ୍ୟାଚକୁ ପ୍ରତ୍ୟାବର୍ତନ କରିବେ । ଏହି ସିରିଜରେ ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକରଙ୍କ ବିଶ୍ୱ ରେକର୍ଡ ଭାଙ୍ଗିବା ପାଇଁ କୋହଲିଙ୍କ ନିକଟରେ ସୁଯୋଗ ରହିଛି । ତେନ୍ଦୁଲକର ଭାରତୀୟ ମାଟିରେ ୬୯୭୬ ରନ କରି ରେକର୍ଡ କରିଛନ୍ତି । କୋହଲି ୬୩୨୫ ରନ କରି ତାଙ୍କ ପଛକୁ ରହିଛନ୍ତି । ଆଉ ୬୫୨ ରନ କଲେ ସେ ଏହି ରେକର୍ଡ ଭଙ୍ଗ କରିବେ ।
କୋହଲି ଖେଳୁଥିବା ଖେଳାଳିଙ୍କ ମଧ୍ୟରେ ସର୍ବାଧିକ ମ୍ୟାନ ଅଫ ଦି ମ୍ୟାଚ ପୁରସ୍କାର ଜିତିଛନ୍ତି । କୋହଲି ଦିନିକିଆ କ୍ରିକେଟରେ ସର୍ବାଧିକ ୪୩ ଥର ମ୍ୟାନ ଅଫ ଦି ମ୍ୟାଚ ବିବେଚିତ ହୋଇଛନ୍ତି । ଶାକିବ ଉଲ ହାସନ ୨୭ ଥର ଏହି ପୁରସ୍କାର ଜିତିଛନ୍ତି । କୋହଲି ନିକଟରେ ସଚିନଙ୍କ ଦିନିକିଆରେ ସର୍ବାଧିକ ଶତକ ରେକର୍ଡ ଭଙ୍ଗ କରି ସାରିଛନ୍ତି । କୋହଲି ଏବଂ ରୋହିତ ଟେଷ୍ଟ ଓ ଆନ୍ତର୍ଜାତୀୟ ଟି୨୦ରୁ ଅବସର ଘୋଷଣା କରି ସାରିଛନ୍ତି । ଉଭୟ ୨୦୨୭ ବିଶ୍ୱକପ ଖେଳିବା ଆଶା ରଖିଛନ୍ତି ।
Comments are closed.