Latest Odisha News

BREAKING NEWS

ଚୂଡାନ୍ତ ହେଲା ମେସୀଙ୍କ ଭାରତ ଗସ୍ତ: ଗାଙ୍ଗୁଲି, ଭୂତିଆଙ୍କ ସହ ଖେଳିବେ

କୋଲକାତା: ବିଶ୍ୱ ଫୁଟବଲର ମହାନ ଖେଳାଳି ଲିଓନେଲ ମେସୀ ଭାରତ ଗସ୍ତରେ ଆସୁଛନ୍ତି । ଭାରତର ଫୁଟବଲପ୍ରେମୀ ଆର୍ଜେଂଟିନାର ଏହି ଷ୍ଟାର ଖେଳାଳିଙ୍କୁ ଦେଖିବା ପାଇଁ ଉତ୍କଣ୍ଠାର ସହ ଅପେକ୍ଷା କରିଛନ୍ତି । ମେସୀ ତାଙ୍କର ୩ ଦିବସୀୟ ଯାତ୍ରା ଡିସେମ୍ବର ୧୨ରେ କୋଲକାତାରୁ ଆରମ୍ଭ କରିବେ । ଜିଓଏଟି ଟୁର ଅଫ ଇଣ୍ଡିଆର ପ୍ରମୋଟର ଶତାଦ୍ରୁ ଦତ କହିଛନ୍ତି । ୨୦୧୧ରେ ଏହା ପୂର୍ବରୁ ମେସୀ ଭାରତ ଗସ୍ତରେ ଆସିଥିଲେ । ଏଥର ସେ କୋଲକାତା, ଅହମ୍ମଦାବାଦ, ମୁମ୍ବାଇ ଓ ଦିଲ୍ଲୀ ଯିବେ । ମେସୀ ଏହି ୪ ସହରରେ ପିଲାମାନଙ୍କ ସହ ମାଷ୍ଟରକ୍ଲାସରେ ଭାଗ ନେବେ । କୋଲକାତାରେ ପଂହଚିବା ପରେ ଅହମ୍ମଦାବାଦରେ ୧୩ରେ ମୀଟ ଆଣ୍ଡ ଗ୍ରୀଟ କାର୍ଯ୍ୟକ୍ରମରେ ଭାଗ ନେବେ ।

ଇଡେନଗାର୍ଡେନ କିମ୍ବା ସଲ୍ଟ ଲେକ ଷ୍ଟାଡିୟମରେ ଜିଓଏଟି କନସର୍ଟ ଓ ଜିଓଏଟି କପ ଆୟୋଜିତ ହେବ । ପ୍ରତି ଟିମରେ ୭ଜଣ ଖେଳାଳି ରହିବେ ଏବଂ ସଫ୍ଟ ଟଚ ଓ ସଫ୍ଟ ବଲ ମ୍ୟାଚରେ ଅଂଶଗ୍ରହଣ କରିବେ । ସୌରଭ ଗାଙ୍ଗୁଲି, ଲିଆଣ୍ଡର ପେସ, ଜନ ଆବ୍ରାହାମ ଓ ବାଇଚୁଙ୍ଗ ଭୂତିଆଙ୍କ ପରି ପ୍ରତିଷ୍ଠିତ ବ୍ୟକ୍ତି ଏଥିରେ ଅଂଶଗ୍ରହଣ କରିବେ । ଏଥିପାଇଁ ସର୍ବନିମ୍ନ ଟିକେଟର ମୂଲ୍ୟ ୩୫୦୦ ଟଙ୍କର ରଖାଯାଇଛି । ୧୪ରେ ମୁମ୍ବାଇରେ ସିସିଓଇ ବ୍ରେବୋର୍ଣ୍ଣରେ ମୁମ୍ବାଇ ଜିଓଏଟି କପ ଆୟୋଜିତ ହେବ । ମେସୀଙ୍କ ସହ ସଚିନ ତେନ୍ଦୁଲକର, ଏମଏସ ଧୋନୀ, ରୋହିତ ଶର୍ମା କ୍ୟାପଟେନ୍ସ ମୁମେଂଟ ଆୟୋଜିତ ହେବ । ଏହା ପରେ ୧୫ରେ ଦିଲ୍ଲୀରେ ମେସୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିବେ । ସ୍ଥାନୀୟ ଅରୁଣ ଜେଟଲୀ ଷ୍ଟାଡିୟମରେ ମଧ୍ୟ ଜିଓଏଟି କପ ଆୟୋଜିତ ହେବ । ଏଥିରେ ବିରାଟ କୋହଲି ଓ ଶୁଭମନ ଗିଲ ସାମିଲ ହେବେ ।

Comments are closed.