ଭୁବନେଶ୍ୱର:ଖୋର୍ଦ୍ଧା ଜିଲ୍ଲା ବାଲିପାଟଣା ଥାନା ଅଞ୍ଚଳରେ ଗତକାଲି ପୋଡ଼ି ହୋଇଥିବା ଗୁରୁତର ଯୁବକଙ୍କର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟଛି । ଏହି ଘଟଣାରେ ବାପା ସୁରେନ୍ଦ୍ର ନାଥ ମଠିଆ, ସାବତ ମାଆ ପ୍ରଭାତୀ ମଠିଆ ଓ ସାବତ ସାନ ଭାଇ ପ୍ରଶାନ୍ତ ମଠିଆଙ୍କୁ ଗିରଫ କରିଛି ପୋଲିସ । ବାଲିପାଟଣା ଥାନା ଅଧିକାରୀ ସୂର୍ଯ୍ୟାଂଶୁ ଶେଖର ପାଢ଼ୀ ଏହି ସୂଚନା ଦେଇଛନ୍ତି ।
ମୃତକ ହେଲେ ଜ୍ୟୋତି ରଞ୍ଜନ ମଠିଆ ( ୪୦ ) | ପେଟ୍ରୋଲ ନିଆଁରେ ଶରୀରର ଶହେ ପ୍ରତିଶତ ଜଳି ଯାଇଥିଲା | ସମ୍ପତ୍ତି ପାଇଁ ବାପା, ସାବତ ମାଆ ଓ ସାବତ ସାନ ଭାଇଙ୍କୁ ପେଟ୍ରୋଲ ଢାଳି ମାରିଦେଇଥିବା ଜ୍ୟୋତି ଗୁରୁତର ଅବସ୍ଥାରେ ବୟାନ ଦେଇଥିଲେ |
କେସ ନମ୍ବର ୩୮୭/୨୦୨୫ରେ ଧାରା 103/3(5)ରେ ଅଭୁଯୁକ୍ତମାନଙ୍କୁ ଗିରଫ କରି କୋର୍ଟ କରଯାଇଛି ।
ମୃତକଙ୍କ ପତ୍ନୀ ବିଜୟଲକ୍ଷ୍ମୀ ବେହେରା ଅଭିଯୋଗ ଆଣିଥିଲେ ଯେ, ଜମିଜମାକୁ ନେଇ ତାଙ୍କ ସ୍ବାମୀଙ୍କ ସାବତ ମାଆ, ଭାଇ ସହ ବାପା ମିଶି ଏଭଳି ଘଟଣା ଘଟାଇଛନ୍ତି ।
Comments are closed.