ନୂଆଦିଲ୍ଲୀ: ଏଫ୍ଆଇଏଚ୍ ପୁରୁଷ ହକି ବିଶ୍ବକପ-୨୦୨୬ ଲାଗି ୩ ଥର ଚମ୍ପିଆନ ଜର୍ମାନୀ ଯୋଗ୍ୟତା ହାସଲ କରିଛି । ଚଳିତ ୟୁରୋହକି ଚାମ୍ପିଅନସିପ୍ ୨୦୨୫ର ଫାଇନାଲରେ ପ୍ରବେଶ କରିବା ପରେ ଜର୍ମାନୀ ଆଗାମୀ FIH ହକି ବିଶ୍ୱକପ୍ ବେଲଜିୟମ ଏବଂ ନେଦରଲ୍ୟାଣ୍ଡ ୨୦୨୬ ପାଇଁ ଯୋଗ୍ୟତା ଅର୍ଜନ କରିଛି ।
ଫାଇନାଲରେ ଜର୍ମାନୀ ନେଦରଲ୍ୟାଣ୍ଡସ ସହିତ ମୁକାବିଲା କରିବ । ସୂଚନାଥାଉକି ସେମିଫାଇନାଲରେ ଜର୍ମାନୀ ୪-୧ରେ ସ୍ପେନକୁ ପରାସ୍ତ କରି ଫାଇନାଲରେ ପହଞ୍ଚିଛି ।
ଜର୍ମାନୀ ସହ ଆୟୋଜକ ଭାବେ ନେଦରଲାଣ୍ଡ୍ସ ଓ ବେଲଜିୟମ ଯୋଗ୍ୟତା ହାସଲ କରିଛନ୍ତି। ଜର୍ମାନୀ ୨୦୨୬ ମସିହାରେ ହେବାକୁ ଥିବା FIH ହକି ବିଶ୍ୱକପ୍ ପାଇଁ ଯୋଗ୍ୟତା ଅର୍ଜନ କରିଥିବା ଷଷ୍ଠ ପୁରୁଷ ଦଳ ହୋଇଛି।
ଅନ୍ୟପଟେ ଭାରତ ପାଇଁ ମଧ୍ୟ ସୁଯୋଗ ରହଛି । ଚଳିତ ଅଗଷ୍ଟ ୨୯ରୁ ସେପ୍ଟେମ୍ବର ୯ ପର୍ଯ୍ୟନ୍ତ ବିହାରର ରାଜଗିରରେ ଆୟୋଜିତ ହେବାକୁ ଥିବା ଏସିଆ କପ ହକିରେ ଭାରତ ଚମ୍ପିଆନ ହେଲେ ସିଧାସଳଖ ୨୦୨୬ ଏଫ୍ଆଇଏଚ୍ ହକି ବିଶ୍ବକପ ଲାଗି ଯୋଗ୍ୟତା ହାସଲ କରିବ।
Comments are closed.