Latest Odisha News

BREAKING NEWS

ବଳଙ୍ଗା ପୀଡିତାଙ୍କ ବୟାନ ରେକର୍ଡ ବେଳର ଭିଡିଓ ଭାଇରାଲ ଘଟଣା; ସେଥିପ୍ରତି ଧ୍ୟାନ ନଦେବାକୁ ପୁରୀ ଏସପିଙ୍କ ଅନୁରୋଧ

ପୁରୀ: ବଳଙ୍ଗା ପୀଡିତାଙ୍କ ମୃତ୍ୟୁ ପରେ ରାଜ୍ୟରେ ଆଇନ ବ୍ୟବସ୍ଥାକୁ ନେଇ ଏକ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିଲା । ଏହି ବିବାଦ ଥମିନଥିବା ବେଳେ ତାଙ୍କର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଜୁଡିସିଆଲ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ପିଡିତାଙ୍କ ବୟାନ ରେକର୍ଡ ହେଉଥିବାର ଭିଡିଓ ଭାଇରାଲ ହେଉଛି । ତଦନ୍ତ ସରିନଥିବା ବେଳେ ଏହି ଭିଡିଓ କୌଣସି ସୋସିଆଲ ମିଡିଆରେ ଭାଇରାଲ ହେବା କଥା ନୁହେଁ । ଏନେଇ ପୁରୀ ଏସପି ପିନାକ ମିଶ୍ର ବିସ୍ତୃତ ଭାବରେ ନିଜର ପ୍ରତିକ୍ରିୟା ରଖିଛନ୍ତି ।

ସେ କହିଛନ୍ତି ଯେ, ବଳଙ୍ଗା ପିଡିତା ପୋଡ଼ିଯିବା ସହ ଦୁର୍ଭାଗ୍ୟ କ୍ରମେ ଦିଲ୍ଲୀ ଏମ୍ସରେ ମୃତ୍ୟୁ ଘଟିଥିଲା । ଏନେଇ କିଛି ଅଭିଯୋଗ ଆସିଥିବା ବେଳେ ତାଙ୍କ ପରିବାର ମଧ୍ୟ କିଛି ନିର୍ଦ୍ଦିଷ୍ଟ ଅଭିଯୋଗ ଏଫଆଇଆରରେ ଜଣାଇଥିଲେ । ମାମଲା ସରିନଥିବା ବେଳେ କୌଣସି ଗୋପନୀୟ ତଥ୍ୟ ବାହାରକୁ ଆସିବା ଉଚିତ୍ ନୁହେଁ । ତେବେ ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ଭିଡିଓରେ ଯେଉଁ ବୟାନ ଦେଇଛନ୍ତି ପିଡିତା ଭୁବନେଶ୍ୱର ଏମ୍ସକୁ ସିପ୍ଟ ହେଉଥିବା ଦିନ ସମାନ ବୟାନ ଦେଇଥିଲେ ।

ଏହି ଭିଡିଓ ଯେଉଁ ସୋସିଆଲ ମିଡିଆରେ ଭାଇରାଲ ହେଉଛି ସେହି ଦିନର ଏହା ଏକ ଅଂଶବିଶେଷ । ତେବେ ଭିଡିଓ ସହ ସମାନ ବୋଲି ଆଜି କିଭଳି ଆସିଲା ତାହାର ତଦନ୍ତ କରାଯାଉଛି । କ୍ରାଇମବ୍ରାଞ୍ଚ ସାଇବର ଟିମର ସହାୟତା ନିଆଯାଇଛି । ଏହି ଭିଡିଓ କିଭଳି ସୋସିଆଲ ମିଡିଆକୁ ଆସିଲା ।

ତେବେ ବଳଙ୍ଗା ମାମଲାର ତଦନ୍ତ ଶେଷ ପର୍ଯ୍ୟାୟରେ ପହଁଚିଛି । ବାକି ଥିବା କିଛି ଫରେନସିକ ତଥ୍ୟ ହସ୍ତଗତ ହେଲେ ତଦନ୍ତ ସାରି କୋର୍ଟରେ ସମସ୍ତ କାଗଜପତ୍ର ଦାଖଲ କରାଯିବ । ଏହି ଭାଇରାଲ ଭିଡିଓରେ ଯେଉଁ ସବୁ ବୟାନ ଏବେ ସୋସିଆଲ ମିଡିଆରେ ସାର୍କୁଲେଟ ହେଉଛି ତାହା ପିଡିତାଙ୍କ ଶେଷ ପ୍ରତିକ୍ରିୟା । ଜୁଡିସିଆଲ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ବୟାନ ରେକର୍ଡ କରାଯାଇଛି । ତାଙ୍କ ଘରଲୋକ ଏବଂ ସମ୍ପର୍କୀୟମାନେ ଏହା ଉପରେ ସମ୍ପୁର୍ଣ୍ଣ ଅବଗତ ଅଛନ୍ତି ।

ସୋସିଆଲ ମିଡିଆରେ ଯଦି ଏହିଭଳି କିଛି ଭିଡିଓ ଭାଇରାଲ ହେଉଛି ସେଥିପ୍ରତି ଧ୍ୟାନ ନଦେବାକୁ ଏସପି ଅନୁରୋଧ କରିଛନ୍ତି । ଯେହେତୁ ପିଡିତା ଜଣେ ନାବାଳିକା ଏବଂ ଏହିଭଳି କଣ୍ଟେଣ୍ଟକୁ ସୋସିଆଲ ମିଡିଆରେ ଭାଇରାଲ କରନ୍ତୁ ନାହିଁ ବା ଭାଇରାଲ କରିବା ଉଚିତ ନୁହେଁ । ଏହାଠାରୁ ଦୁରେଇ ରୁହନ୍ତୁ । ଏହି ଭିଡିଓ ଉପରେ ପୋଲିସ କଡ଼ା ନଜର ରଖିଛି ବୋଲି କହିଛନ୍ତି ଏସପି ।

Comments are closed.