ଭୁବନେଶ୍ୱର: ସୁରକ୍ଷା ବୃଦ୍ଧି, କାର୍ଯ୍ୟକ୍ଷମ ଦକ୍ଷତା ବୃଦ୍ଧି ଏବଂ ଉତ୍ତମ ଟ୍ରେନ ପରିଚାଳନା କ୍ଷମତା ପ୍ରଦାନ କରିବା ପାଇଁ, ପୂର୍ବ ତଟ ରେଳପଥ ଖୋର୍ଦ୍ଧା ରୋଡ୍ ଡିଭିଜନର ରାହାମା, ବଡ଼ବନ୍ଧ ଏବଂ ପାରାଦୀପ ଷ୍ଟେସନରେ ପ୍ରି-ନନ୍ ଇଣ୍ଟରଲକିଂ (ପ୍ରି-ଏନ୍ଆଇ) ଏବଂ ନନ୍ ଇଣ୍ଟରଲକିଂ (ଏନ୍ଆଇ) କାର୍ଯ୍ୟ କରିବ ।
ବଡ଼ବନ୍ଧ ଷ୍ଟେସନରେ ଏକ ଅତିରିକ୍ତ ଲୁପ୍ ଲାଇନ ଯୋଗାଇବା ସହିତ ରାହାମା-ପାରାଦୀପ ସେକ୍ସନ ମଧ୍ୟରେ ଅଟୋ-ସିଗ୍ନାଲିଂ ସିଷ୍ଟମକୁ କାର୍ଯ୍ୟକାରୀ କରିବା ପାଇଁ ନିମ୍ନଲିଖିତ ଟ୍ରେନଗୁଡ଼ିକ ୧୬ ଅଗଷ୍ଟରୁ ୨୦ତାରିଖ ୨୦୨୫ ପର୍ଯ୍ୟନ୍ତ ବାତିଲ ରହିବ ।
ଟ୍ରେନ୍ ନମ୍ବର ୬୮୪୩୫/୬୮୪୩୬ କଟକ-ପାରାଦୀପ-କଟକ ମେମୁ ପାସେଞ୍ଜର ଟ୍ରେନ ଏବଂ ୫୮୪୦୫/୫୮୪୦୫ କଟକ-ପାରାଦୀପ-କଟକ ପାସେଞ୍ଜର ଟ୍ରେନ ଉଭୟ ପଟୁ ବାତିଲ ରହିବା ନେଇ ସୂଚନା ରେଳ ବିଭାଗ ପକ୍ଷରୁ ସୂଚନା ରହିଛି ।
Comments are closed.