ଭୁବନେଶ୍ୱର: ଅସୁସ୍ଥତା ଜନିତ ଛୁଟିରେ ଯାଇ ଥାଇଲ୍ୟାଣ୍ଡରେ ଛୁଟି କାଟିବା ଅଭିଯୋଗରେ ସୋନପୁର ଜିଲ୍ଲାର ପ୍ରାଥମିକ କୃଷି ସମବାୟ ସମିତି (ପିଏସିଏସ)ର ତିନି ଜଣ ସଚିବଙ୍କୁ ଓଡ଼ିଶା ସରକାର ନିଲମ୍ବିତ କରିଛନ୍ତି।
ନିଲମ୍ବିତ ହୋଇଥିବା ବ୍ୟକ୍ତିମାନେ ହେଉଛନ୍ତି ସୋନପୁରର ଲଛିପୁର, ମୟୁରୁଦନ ଏବଂ ରେଙ୍ଗାଲି ପିଏସିଏସର ମଞ୍ଜୟ ଧରୁଆ, ଧନେଶ୍ୱର ସାହୁ ଏବଂ ଅରୁଣ ପୁଝାରୀ। ନିକଟରେ ଅସୁସ୍ଥତା ଜନିତ ଛୁଟିରେ ଥିବା ଏହି ଅଧିକାରୀ ମାନେ ଫୁକେତ ଏବଂ ପଟାୟାର ସୋନ୍ଦର୍ଯ୍ୟ ଉପଭୋଗ କରୁଥିବା ଦେଖାଯାଇଥିଲା।
ତେବେ ସୋନପୁର ଜିଲ୍ଲାପାଳ ନୃପରାଜ ସାହୁ ସ୍ପଷ୍ଟ କରିଛନ୍ତି ଯେ ସେମାନଙ୍କୁ ଅଗଷ୍ଟ ୧୨ରେ ନିଲମ୍ବିତ କରାଯାଇଥିଲା।
ବିଦେଶ ଯିବା ଘଟଣାରେ ସୋନପୁରରୁ ନିଲମ୍ବିତ ହୋଇଥିବା ସହକର୍ମୀଙ୍କ ସହ ବୌଦ୍ଧର ଆଉ ତିନି ଜଣ ପିଏସିଏସ ସଚିବଙ୍କୁ ମଧ୍ୟ କାରଣ ଦର୍ଶାଅ ନୋଟିସ୍ ଜାରି କରାଯାଇଛି। ତେବେ ସେମାନଙ୍କ ସହିତ ଆସିଥିବା ବୌଦ୍ଧ ଜିଲ୍ଲାର ସମବାୟ ସମିତିର ରେଜିଷ୍ଟ୍ରାର (DRCS) ଗିରିଶ ଚନ୍ଦ୍ର ପୁରୋହିତଙ୍କ ବିରୁଦ୍ଧରେ ମଧ୍ୟ ତଦନ୍ତ ଚାଲିଛି।
ଅପରପକ୍ଷରେ ଗଣମାଧ୍ୟମକୁ ସୂଚନା ଦେଇ ଗିରିଶ କହିଛନ୍ତି ଯେ, ମୁଁ ମଧ୍ୟ ଅଗଷ୍ଟ ୮ରୁ ୧୧ପର୍ଯ୍ୟନ୍ତ ଛଅ ଜଣ ପିଏସିଏସ ସଚିବଙ୍କ ସହିତ ଥାଇଲ୍ୟାଣ୍ଡ ଯାଇଥିଲି। ଆମ ଜିଲ୍ଲାର ତିନି ଜଣ ସଚିବ କାରଣ ଦର୍ଶାଅ ନୋଟିସ୍ ପାଇଛନ୍ତି। ମୁଁ ମଧ୍ୟ ବିଭାଗୀୟ ତଦନ୍ତ ଅଧୀନରେ ଅଛି। କିନ୍ତୁ ମୁଁ ଯାତ୍ରା ପାଇଁ ପୂର୍ବରୁ ଅନୁମତି ନେଇଥିଲି।
ରାଜ୍ୟ କୋ-ଅପେରେସନ ବିଭାଗର ସଚିବ ରାଜେଶ ପ୍ରଭାକର ପାଟିଲ କହିଛନ୍ତି ଯେ ଏହି ଘଟଣାରେ ତଦନ୍ତ ଚାଲିଛି। ଆମେ କର୍ତ୍ତବ୍ୟରେ ଅବହେଳା ପାଇଁ ଦୋଷୀ ସାବ୍ୟସ୍ତ ହୋଇଥିବା ଲୋକଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନେଉଛୁ।
Comments are closed.