Latest Odisha News

BREAKING NEWS

Bhubaneswar Metro: ଭୁବନେଶ୍ୱର ମେଟ୍ରୋ ରେଳ ପ୍ରକଳ୍ପରେ ଅନିଶ୍ଚିତତା: ସଂସଦରେ ପ୍ରଶ୍ନ ଉଠାଇଲେ ବିଜେଡି ସାଂସଦ

ଭୁବନେଶ୍ୱର: ଭୁବନେଶ୍ୱର ମେଟ୍ରୋ (Bhubaneswar Metro) ରେଳ ପ୍ରକଳ୍ପର ଅନିଶ୍ଚିତତା ନେଇ ସଂସଦରେ ପ୍ରଶ୍ନ ଉଠାଇଛନ୍ତି ବିଜେଡି ସାଂସଦ ସସ୍ମିତ ପାତ୍ର (BJD MP Sasmit Patro)। କେନ୍ଦ୍ର ସରକାରଙ୍କ ନିକଟରୁ ପ୍ରକଳ୍ପର ବର୍ତ୍ତମାନ ସ୍ଥିତି ବିଷୟରେ ସେ ସ୍ପଷ୍ଟୀକରଣ ମାଗିଛନ୍ତି।

ସଂସଦ ଅଧିବେଶନରେ ସାଂସଦ ସମ୍ବିତ ପାତ୍ର କେନ୍ଦ୍ରୀୟ ଗୃହ ଓ ନଗର ବ୍ୟାପାର ମନ୍ତ୍ରୀ କୌଶଲ କିଶୋରଙ୍କୁ ପଚାରିଛନ୍ତି, ଭୁବନେଶ୍ୱର ମେଟ୍ରୋ ପ୍ରକଳ୍ପ ବାତିଲ ହେଲା କି ଅନିର୍ଦ୍ଦିଷ୍ଟ କାଳ ପାଇଁ ଅଟକି ରହିଛି ବୋଲି ଯେଉଁ ଖବର ଆସୁଛି, ତାହା ସରକାରଙ୍କ ଜ୍ଞାତସାରରେ ଅଛି କି?

ସମ୍ୱିତ ପାତ୍ର ମେଟ୍ରୋ ପ୍ରକଳ୍ପର ପ୍ରାଥମିକ ସମ୍ଭାବ୍ୟତା ଅଧ୍ୟୟନ, ଯାତ୍ରୀ ପରିବହନ ଆକଳନ ଓ ଏହାର ସାମ୍ପ୍ରତିକ ସମୀକ୍ଷା ବିଷୟରେ ମଧ୍ୟ ପଚାରିଛନ୍ତି। ସେ ଜାଣିବାକୁ ଚାହିଁଛନ୍ତି ଯେ ଓଡ଼ିଶା ସରକାର ପ୍ରକଳ୍ପର ଖର୍ଚ୍ଚ କିମ୍ବା ପରିଧିରେ କୌଣସି ପରିବର୍ତ୍ତନ ପାଇଁ ନୂଆ ପ୍ରସ୍ତାବ ଦେଇଛନ୍ତି କି? ଭୁବନେଶ୍ୱର ଏକ ଦ୍ରୁତ ବିକାଶଶୀଳ ଟାୟାର-୨ ସହର ହେଉଛି, ତେବେ ଏହି ପ୍ରକଳ୍ପ ଅନୁମୋଦନ କାହିଁକି ମିଳିନାହିଁ କିମ୍ବା ଅଟକି ରହିଛି ବୋଲି ସେ ପ୍ରଶ୍ନ କରିଛନ୍ତି।

ମନ୍ତ୍ରୀ କୌଶଲ କିଶୋର ଉତ୍ତରରେ କହିଛନ୍ତି, ମେଟ୍ରୋ ରେଳ ପ୍ରକଳ୍ପ ବଡ଼ ବଜେଟ। ଏହା ୨୦୧୭ ମେଟ୍ରୋ ରେଳ ନୀତି ଅନୁଯାୟୀ ଦୀର୍ଘକାଳୀନ ସ୍ଥିରତା ଓ ଦକ୍ଷତା ପାଇଁ ଯୋଜନା କରାଯାଏ। ଓଡ଼ିଶା ସରକାର ପୂର୍ବରୁ କେନ୍ଦ୍ରର ଅନୁମୋଦନ ବା ଆର୍ଥିକ ସହାୟତା ବିନା ପ୍ରକଳ୍ପ ଆଗେଇ ନେଇଥିଲେ। ବର୍ତ୍ତମାନ ରାଜ୍ୟ ସରକାର କେନ୍ଦ୍ରକୁ ଜଣାଇଛନ୍ତି ଯେ ସେମାନେ ପ୍ରକଳ୍ପର ପ୍ରଥମ ପର୍ଯ୍ୟାୟକୁ ସ୍ଥାୟିତ୍ୱ ଓ ଭବିଷ୍ୟତ ସହରର ଆବଶ୍ୟକତା ପୂରଣ ପାଇଁ ପୁନର୍ଗଠନ କରୁଛନ୍ତି।

ଓଡ଼ିଶା ସରକାର ଏହି ପ୍ରକଳ୍ପ ପାଇଁ ଏକ ନୂଆ ପ୍ରସ୍ତାବ କେନ୍ଦ୍ରକୁ ପଠାଇବାକୁ ନିଷ୍ପତ୍ତି ନେଇଛନ୍ତି। ଗୃହ ଓ ନଗର ବିକାଶ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ମହାପାତ୍ର କହିଛନ୍ତି, ଏକ ନୂଆ ଟେକ୍ନିକାଲ କମିଟି ଗଠନ କରାଯିବ। ଏହି କମିଟି ବିଭିନ୍ନ ସହର ପରିଦର୍ଶନ କରି ସ୍ଥାନୀୟ ପରିସ୍ଥିତି ଅଧ୍ୟୟନ କରିବେ ଓ ନୂଆ ରୁଟ୍ ଆଲାଇନମେଣ୍ଟ ପାଇଁ ଏକ ବିସ୍ତୃତ ରିପୋର୍ଟ ପ୍ରସ୍ତୁତ କରିବେ।

Comments are closed.