Latest Odisha News

BREAKING NEWS

ଏସିଆ କପ ହକି: ଭାରତୀୟ ଦଳରେ ଓଡିଶାର ଶୀଲାନନ୍ଦ, ଅମିତ

ନୂଆଦିଲ୍ଲୀ: ବିହାରର ରାଜୀଗରରେ ଖେଳାଯିବାକୁ ଥିବା ଏସିଆ କପ ହକି ପାଇଁ ବୁଧବାର ୧୮ ସଦସ୍ୟ ବିଶିଷ୍ଟ ଭାରତୀୟ ଦଳର ଘୋଷଣା କରାଯାଇଛି । ହରମନପ୍ରୀତ ସିଂ ଦଳର ନେତୃତ୍ୱ ନେବେ । ଘୋଷିତ ଦଳରେ ଓଡିଶାର ଅମିତ ରୋହୀଦାସ, ଶୀଲାନନ୍ଦ ଲାକ୍ରା ସ୍ଥାନ ପାଇଥିବା ବେଳେ ଷ୍ଟାଣ୍ଡବାଇରେ ନୀଲମ ସଞ୍ଜୀପ ଖେସ ରହିଛନ୍ତି । ୨୯ ଅଗଷ୍ଟରୁ ସେପ୍ଟମ୍ବର ୭ ପର୍ଯ୍ୟନ୍ତ ଏହା ଖେଳାଯିବ । ଏଥିରେ ଚାମ୍ପିୟନ ହୋଇଥିବା ଟିମକୁ ସିଧାସଳଖ ଆସନ୍ତା ବର୍ଷ ନେଦରଲାଣ୍ଡ ଓ ବେଲଜିୟମରେ ହେବାକୁ ଥିବା ବିଶ୍ୱକପ ପାଇଁ ସିଧାସଳଖ ଯୋଗ୍ୟତା ହାସଲ କରିବେ । ଏହା ୧୪ରୁ ୩୦ ଅଗଷ୍ଟ ପର୍ଯ୍ୟନ୍ତ ଆୟୋଜିତ ହେବ । ଭାରତ ପୁଲ ଏରେ ଜାପାନ, ଚୀନ ଓ କାଜକାସ୍ତାନ ସହ ରହିଛି ।

ଅଗଷ୍ଟ ୨୯ରେ ଚୀନ ବିପକ୍ଷରେ ଭାରତ ତାର ଅଭିଯାନ ଆରମ୍ଭ କରିବ । ଲଳିତ ଉପାଧ୍ୟାନ ନିକଟରେ ଅବସର ନେଇଥିବାରୁ ତାଙ୍କ ସ୍ଥାନରେ ଶୀଲାନନ୍ଦ ଲାକ୍ରାଙ୍କୁ ସୁଯୋଗ ମିଳିଛି ।

ଭାରତୀୟ ଟିମ: ସୂରଜ କେରେକେରା, କୃଷ୍ଣ ବି ପାଠକ, ହରମନପ୍ରୀତ ସିଂ(ଅଧିନାୟକ), ଅମିତ ରୋହୀଦାସ, ଜରମନପ୍ରୀତ ସିଂ, ସୁମିତ, ସଞ୍ଜୟ, ଯୁଗରାଜ ସିଂ, ମନପ୍ରୀତ ସିଂ, ବିବେକ ସାଗର, ରାଜିନ୍ଦର, ରାଜକୁମାର ପାଲ, ହାର୍ଦ୍ଦିକ ସିଂ, ମନଦୀପ ସିଂ, ଅଭିଷେକ, ସୁଖଜିତ ସିଂ, ଶୀଲାନନ୍ଦ ଲାକ୍ରା, ଦିଲପ୍ରୀତ ସିଂ, ରିଜର୍ଭ ଖେଳାଳି:ନୀଲମ ସଞ୍ଜୀପ ଖେସ, ସେଲଭମ କୀର୍ତି ।

Comments are closed.