Pravat Balabantaray Resign: ଧର୍ମଶାଳା ରାଜନୀତିରେ ହଲଚଲ୍; ବ୍ଲକ୍ ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଲେ ପ୍ରଭାତ ବଳବନ୍ତରାୟ
ଯାଜପୁର: ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଲେ ପ୍ରଭାତ ବଳବନ୍ତରାୟ । ବ୍ୟକ୍ତିଗତ କାରଣ ଦର୍ଶାଇ ଇସ୍ତଫା ଦେଲେ ପ୍ରଭାତ । ଅନାସ୍ଥା ପ୍ରସ୍ତାବ ଭୋଟିଂ ପୂର୍ବରୁ ନିଜ ପଦବୀରୁ ଇସ୍ତଫା ଦେଇଛନ୍ତି ପ୍ରଭାତ ।
ସେ ବିଡିଓଙ୍କ ନିକଟରେ ତାଙ୍କର ଇସ୍ତଫା ପତ୍ର ଦାଖଲ କରିଛନ୍ତି । ପୂର୍ବତନ ବିଜେଡି ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ସାନ ଭାଇ ପ୍ରଭାତ ବଳବନ୍ତରାୟ ।
ଧର୍ମଶାଳାରେ ବିକାଶ କାମରେ ସମସ୍ୟା ହେଉଥିବା ଅଭିଯୋଗ କରି ଅଗଷ୍ଟ ୧୧ ତାରିଖରେ ୩୮ରୁ ଅଧିକ ସମିତି ସଭ୍ୟ ଓ ସରପଞ୍ଚ ପ୍ରଭାତଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଣିଥିଲେ । ତେବେ ସେ ଆଜି ବ୍ୟକ୍ତିଗତ କାରଣ ଦର୍ଶାଇ ଇସ୍ତଫା ଦେଇଛନ୍ତି ।
Comments are closed.