Latest Odisha News

BREAKING NEWS

Obscene photo of minor girl: ନାବାଳିକାଙ୍କ ଅଶ୍ଳୀଳ ଫଟୋ ଭାଇରାଲ: ୭ ଯୁବକ ଗିରଫ

ବରଗଡ଼: ଭେଡେନ ଥାନା ଅନ୍ତର୍ଗତ ଜଣେ ନାବାଳିକାଙ୍କ ଅଶ୍ଳୀଳ ଫଟୋ ଭାଇରାଲ କରିଥିବା ଅଭିଯୋଗରେ ୭ ଯୁବକ ଗିରଫ। ସମସ୍ତ ଅଭିଯୁକ୍ତଙ୍କୁ ଭେଡେନ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି। ପୋଲିସ ସୂଚନା ମୁତାବକ ନାବାଳିକାଙ୍କ ସହିତ ମୁଖ୍ୟ ଅଭିଯୁକ୍ତ ବସନ୍ତ ପଟେଲ(୨୪)ଙ୍କର ପ୍ରେମ ସମ୍ପର୍କ ଥିଲା।

ପରେ ସେହି ସମ୍ପର୍କରେ ତିକ୍ତ ଭାବ ସୃଷ୍ଟି ହେବାରୁ ବସନ୍ତ ପଟେଲ ନିଜ ପାଖରେ ରଖିଥିବା ନାବାଳିକାଙ୍କ ଅଶ୍ଲୀଳ ଫଟୋକୁ ମୋବାଇଲରେ ଭାଇରାଲ କରିଥିଲେ। ଏ ସମ୍ପର୍କରେ ନାବାଳିକା ଜାଣିବା ପରେ ଭେଡେନ ଥାନାରେ ଅଭିଯୋଗ କରିଥିଲେ। ଏହାକୁ ମାମଲାକୁ ଗୁରୁତର ସହ ନେଇ ଭେଡେନ ଥାନା ଅଧିକାରୀ ସୁଶାନ୍ତ କୁମାର ଦାଶଙ୍କ ନେତୃତ୍ବରେ ଭେଡେନ ପୋଲିସ ମୁଖ୍ୟ ଅଭିଯୁକ୍ତ ବସନ୍ତ ପଟେଲଙ୍କୁ ଗିରଫ କରିଥିଲେ।

ଏହା ସହିତ ଫଟୋ ଭାଇରାଲ କରିଥିବା ଅନ୍ୟ ଯୁବକ ଛବିଲ ମେଲ୍ଲି, ଜୀବର୍ଦ୍ଧନ ବେହେରା, ପ୍ରକାଶ ପଧାନ, ସୁବ୍ରତ ପଧାନ, ତୋଷବନ୍ତ ପଧାନ, ପ୍ରଫୁଲ୍ଲ ବେହେରାକୁ ଗିରଫ କରି କୋର୍ଟ ଚାଲାଣ କରିଛି।

Comments are closed.