ଖୋର୍ଦ୍ଧା: ଜଳିଗଲା ଚଳନ୍ତା ଆମ ବସ୍ । କଟକରୁ ଖୋର୍ଦ୍ଧା ଯାଉଥିବା ସମୟରେ ୧୬ ନମ୍ବର ଜାତୀୟ ରାଜପଥର ଗଡ଼ ଖୋର୍ଦ୍ଧା ନିକଟରେ ଗୁରୁବାର ଏହି ଅଘଟଣ ଘଟିଛି ।
ସୂଚନାଥାଉକି, ଯାତ୍ରୀଙ୍କୁ ନେଇ ଯାଉଥିବା ବେଳେ ରାସ୍ତାମଝିରେ ଆମ ବସ ଜଳିଗଲା । ସୌଭାଗ୍ୟବଶତଃ ଅଘଟଣରେ କାହାର କୌଣସି କ୍ଷୟକ୍ଷତି ହୋଇନାହିଁ । ବସ୍ ଭିତରୁ ସବୁ ଯାତ୍ରୀ ସୁରକ୍ଷିତ ବାହାରି ଯାଇଥିବା ସୂଚନା ରହିଛି ।

ସେହିପରି ମାଲକାନଗିରି ଜିଲ୍ଲା ବାୟାପଡା ଘାଟିରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ହୋଇଛି । ଘାଟି ତଳକୁ ଖସି ପଡିଛି ଭ୍ୟାନ୍ । ଦୁର୍ଘଟଣାରେ ୧୫ ଜଣ ଯାତ୍ରୀ ଆହତ । କୁଡୁମୁଲୁଗୁମ୍ମା ସାପ୍ତାହିକ ହାଟକୁ ଆସୁଥିବା ବେଳେ ଦୁର୍ଘଟଣା ଘଟିଛି । ଦୁର୍ଘଟଣା ସ୍ଥଳରେ ଅଗ୍ନିଶମ ବିଭାଗ ଟିମ୍ ପହଞ୍ଚି ଲୋକଙ୍କୁ ଉଦ୍ଧାର କରିଛି । ଗାଡ଼ିରେ ୨୫ ଜଣ ଥିଲେ ।
Comments are closed.