ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ କଂଟ୍ରୋଲ ବୋର୍ଡ (ବିସିସିଆଇ) ଖେଳାଳିମାନଙ୍କ ଫିଟନେସ ପରଖିବା ପାଇଁ ନୂଆ ଟେଷ୍ଟ ଆଣିଛି । ଏବେ ଖେଳାଳିମାନଙ୍କୁ ନିଜ ଫିଟନେସ ପ୍ରମାଣ କରିବା ପାଇଁ ଏହି ବ୍ରୋଙ୍କୋ ଟେଷ୍ଟରେ ପାସ ହେବାକୁ ପଡିବ । ରଗବୀ ଖେଳାଳିମାନଙ୍କ ପାଇଁ ବିଶେଷ ଭାବେ ଏହି ଟେଷ୍ଟ କରାଯାଇଥାଏ । ଖେଳାଳିମାନଙ୍କୁ ୨୦, ୪୦ ଓ ୬୦ ମିଟର ଦୂରତା ନିର୍ଦ୍ଦିଷ୍ଟ ସମୟ ମଧ୍ୟରେ ଶେଷ କରିବାକୁ ପଡିଥାଏ । ୬ ମିନିଟ ମଧ୍ୟରେ ୧୨୦୦ ମିଟର ଦୌଡିବା ସହ ଏହି ଭଳି ୫ଟି ସେଟ କରିବାକୁ ପଡିବ । ବୋଲରମାନଙ୍କ ଫିଟନେସ ଟେଷ୍ଟ ପାଇଁ ବିସିସିଆଇ ଏହାକୁ ଆଣିଛି । ନିକଟରେ ଇଂଲଣ୍ଡ ଗସ୍ତରେ ଭାରତର ପେସ ବୋଲରମାନଙ୍କ ମଧ୍ୟରେ କେବଳ ମହମ୍ମଦ ସିରାଜ ସମସ୍ତ ୫ଟି ଟେଷ୍ଟ ଖେଳିଥିଲେ । ସେ ସର୍ବାଧିକ ଓଭର ମଧ୍ୟ ବୋଲିଂ କରିଥିଲେ ।
ଭାରତୀୟ ଟିମର ଷ୍ଟ୍ରେନ୍ଥ ଏବଂ କଣ୍ଡୀସନିଂ କୋଚ ଏଡିୟାନ ଲେ ରକ୍ସଙ୍କ ମତରେ ଜିମରେ ଝାଳ ବୁହାଇବା ଅପେକ୍ଷା ଖେଳାଳିମାନେ ଅଧିକରୁ ଅଧିକ ଦୌଡିଲେ ଫିଟନେସ ଠିକ ରହିବ । ବେଙ୍ଗାଲୁରରେ ଥିବା ସେଂଟର ଅଫ ଏକ୍ସଲେନ୍ସରେ ଅନେକ ଖେଳାଳି ବ୍ରୋଙ୍କୋ ଟେଷ୍ଟ ଦେଇ ସାରିଲେଣି । ଭାରତୀୟ ଟିମ ଏବେ ସେପ୍ଟମ୍ବର ୮ରେ ୟୁଏଇରେ ହେବାକୁ ଥିବା ଏସିଆ କପରେ ଅଂଶଗ୍ରହଣ କରିବ । ସୂର୍ଯ୍ୟକୁମାର ଯାଦବଙ୍କ ନେତୃତ୍ୱରେ ଇତି ମଧ୍ୟରେ ଦଳ ଚୟନ କରାଯାଇଛି ।
Comments are closed.