ନୂଆଦିଲ୍ଲୀ: ଏସିଆ କପ ୨୦୨୫ ଟି୨୦ ମୁକାବିଲାରେ ଭାରତ ଓ ପାକିସ୍ତାନ ମଧ୍ୟରେ ମ୍ୟାଚକୁ ସବୁଜ ସଙ୍କେତ ମିଳିଛି । ଭାରତ ସରକାର ଏଥି ନିମନ୍ତେ ଅନୁମତି ପ୍ରଦାନ କରିଛି । ସେପ୍ଟମ୍ବର ୧୪ରୁ ଦୁବାଇରେ ଏହା ଆରମ୍ଭ ହେବ । ପହଲଗାମ ଆତଙ୍କବାଦୀ ଆକ୍ରମଣ ଘଟଣା ପରେ ଉଭୟ ଦେଶ ମଧ୍ୟରେ ତିକ୍ତତା ଶେଷ ସୀମାରେ ପଂହଚି ଯାଇଥିଲା । ଏପରିକି ଉଭୟ ଦେଶ ମଧ୍ୟରେ ଯୁଦ୍ଧ ପରିସ୍ଥିତି ସୃଷ୍ଟି ହୋଇଥିଲା । ଏସିଆ କପରେ ଭାରତ-ପାକିସ୍ତାନ ମ୍ୟାଚ ନେଇ ମଧ୍ୟ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିଲା । ଭାରତ-ପାକିସ୍ତାନ ମଧ୍ୟରେ କୌଣସି ପ୍ରକାରର ଦ୍ୱିପାକ୍ଷିକ ସିରିଜ ଖେଳାଯିବନି । ଟିମ ଇଣ୍ଡିଆ କୌଣସି ପ୍ରକାରର ମ୍ୟାଚ ପାଇଁ ପାକିସ୍ତାନ ଯିବନି । ବହୁଦେଶୀୟ ମୁକାବିଲାରେ କିନ୍ତୁ ଏହାକୁ ରୋକାଯିବନି ବୋଲି କ୍ରୀଡା ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି । ସମସ୍ତ ଖେଳ ପାଇଁ ଏହା ଲାଗୁ ହେବ ।
ପାକିସ୍ତାନ ଟିମ ଯଦି ଭାରତ ଆସିବାକୁ ଚାହିଁବ ତେବେ ରୋକା ଯିବ ନାହିଁ । ଆଇସିସି ଦ୍ୱାରା ହେଉଥିବା ମଲ୍ଟି ନ୍ୟାଶନାଲ ଟୁର୍ଣ୍ଣାମେଂଟରେ ପାକିସ୍ତାନ ସହ ଭାରତ ଖେଳିବାରେ କୌଣସି ଅସୁବିଧା ନାହିଁ । ଭାରତୀୟ କ୍ରିକେଟପ୍ରେମୀ ପାକିସ୍ତାନ ବିପକ୍ଷରେ ମ୍ୟାଚ ନ ଖେଳିବା ପାଇଁ ଦାବୀ କରି ଆସୁଥିଲେ ।
Comments are closed.