Latest Odisha News

BREAKING NEWS

ଆନ୍ଧ୍ରପ୍ରଦେଶରେ ସଡକ ଦୁର୍ଘଟଣା; ଚାଲିଗଲା ୬ ଓଡିଆଙ୍କ ଜୀବନ

ବିଶାଖଶପାଟଣା/ବ୍ରହ୍ମପୁର: ଆନ୍ଧ୍ରପ୍ରଦେଶର ଶ୍ରୀକାକୁଲମ ଜିଲ୍ଲା କୋତପଲ୍ଲୀ ଗ୍ରାମ ନିକଟରେ ଘଟିଥିବା ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ଗୋଟିଏ ଓଡିଆ ପରିବାରର ୬ ଜଣଙ୍କର ଶୋଚନୀୟ ମୃତ୍ୟୁ ଘଟିଛି ।

ମିଳିଥିବା ସୂଚନାନୁଯାୟୀ ଗଞ୍ଜାମ ଜିଲ୍ଲା ପାତ୍ରପୁରର ଗୋଟିଏ ପରିବାରର ସମସ୍ତ ସଦସ୍ୟ ଶୁକ୍ରବାର ଦିନ ବିଶାଖାପାଟଣାର ସିମାଚଳମ୍ ମନ୍ଦିରକୁ ଦର୍ଶନ ପାଇଁ ଯାଇଥିଲେ । ପରେ ସେଠାରୁ ଶନିବାର ଦିନ ସକାଳ ୪ଟା ୪୦ମି.ରୁ ଘର ଅଭିମୁଖେ ଫେରୁଥିବା ବେଳେ ବ୍ରହ୍ମପୁରରୁ ପ୍ରାୟ ୪୦କିମି. ଦୂରରେ ଡ୍ରାଇଭର ଜଣକ ଗାଡିର ଭାରସାମ୍ୟ ହରାଇଥିଲେ । ଫଳରେ ଗାଡିଟି ରାସ୍ତାକଡରେ ଥିବା ଏକ କଲଭର୍ଟରେ ବାଡେଇ ହେବାସହ କେନାଲକୁ ଖସି ପଡିବାରୁ ଘଟଣାସ୍ଥଳରେ ୬ ଜଣଙ୍କର ମୃତ୍ୟୁ ଘଟିଥିଲା ।

ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚିବା ସହ ଆହତମାନଙ୍କୁ ଉଦ୍ଧାର କରି ଚିକିତ୍ସା ନିମନ୍ତେ ପଲାସା ସରକାରୀ ହସ୍ପିଟାଲରେ ଭର୍ତ୍ତି କରିଥିବା ସୂଚନା ମିଳିଛି ।

ତେବେ ମୃତକ ମାନଙ୍କର ପରିଚୟ ମିଳିପାରିନଥିବା ପୋଲିସ ସୁତ୍ରରୁ ପ୍ରକାଶ ।

Leave A Reply

Your email address will not be published.