Latest Odisha News

BREAKING NEWS

ମଥୁରାରେ ବଢୁଛି ମହାରାଜାଙ୍କ ଦୌରାତ୍ମ୍ୟ; ବିଜୁବାବୁଙ୍କୁ ଦିନେ ଦରବାରକୁ ଡକାଇଥିଲେ ବରଗଡ଼ କଂସ !

ବରଗଡ଼: ବରଗଡ଼ରେ ଅନୁଷ୍ଠିତ ହେଉଥିବା ବିଶ୍ୱପ୍ରସିଦ୍ଧ ଧନୁଯାତ୍ରାର ପ୍ରସାର ଓ ଅଭିବୃଦ୍ଧି ଲାଗି ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନେକଥର ଆର୍ଥିକ ପ୍ରୋତ୍ସାହନ ଯୋଗାଇଦେବା ସହିତ ନିଜେ ଦରବାରରେ ଉପସ୍ଥିତ ରହିଛନ୍ତି । ନବୀନଙ୍କ ବାପା ତଥା ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ଥିବା ବେଳେ ମଧ୍ୟ ଏହି ବିଶାଳ ଖୋଲାମଞ୍ଚକୁ ସାହାଯ୍ୟ ସହଯୋଗର ହାତ ବଢାଇଥିଲେ ।

ଏବେ ବରଗଡ଼ ପାଲଟିଛି ମଥୁରା ନଗରୀ । ଶ୍ରୀକୃଷ୍ଣ ବଳରାମ ଜନ୍ମ ଗ୍ରହଣ କରିବା ସହିତ ଏବେ ଗୋପପୁରରେ ବଢିବାରେ ଲାଗିଛନ୍ତି । ଶ୍ରୀକୃଷ୍ଣ ତାଙ୍କର ବାଲ୍ୟଲୀଳା କରି ଚାଲିଥିବା ବେଳେ ମଥୁରାରେ କଂସ ମହାରାଜାଙ୍କ ଦୌରାତ୍ମ୍ୟ ବଢି ଚାଲିଛି । ମହାରାଜା କଂସ ଚିରାଚରିତ ଢଙ୍ଗରେ ଦରବାରରେ ଅଟ୍ଟହାସ୍ୟ କରି ରାଜ୍ୟ ଶାସନ କରୁଥିବା ବେଳେ ହାତୀ ପିଠିରେ ବସି ମଥୁରା ନଗରୀ ଭ୍ରମଣ କରିବାର ଯୋଜନା ପ୍ରସ୍ତୁତି କରୁଛନ୍ତି ।
ମହାରାଜା କଂସଙ୍କ ଦରବାରରେ ଉପସ୍ଥିତ ରହି ହଜାର ହଜାର ଦେଶୀ ଓ ବିଦେଶୀ ପର୍ଯ୍ୟଟକ ମଜ୍ଜା ନେଉଥିବାର ଲକ୍ଷ୍ୟ କରାଯାଉଛି । ସବୁଠାରୁ ବଡ଼ କଥା ହେଲା ମହାରାଜା କଂସଙ୍କ ଆଦେଶକୁ ଅମାନ୍ୟ କରିବାର କାହାରି ସତ୍ ସାହସ ନାହିଁ । ପୂର୍ବରୁ ଅନେକ ସରକାରୀ ଶାସକ, ପ୍ରଶାସକ ତଥା ରାଜନେତା ମଧ୍ୟ କଂସଙ୍କ ଦୌରାତ୍ମ୍ୟରୁ ରକ୍ଷା ପାଇନାହାନ୍ତି ।

ତତକାଳୀନ ମୁଖ୍ୟମନ୍ତ୍ରୀ ତଥା ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କୁ ମଧ୍ୟ କଂସ ନିଜ ଦରବାରକୁ ଡକାଇ ପଠାଇଥିଲେ । ସେ ସମୟରେ ଏହି କଥା ବେଶ୍ ଚର୍ଚ୍ଚିତ ମଧ୍ୟ ହୋଇଥିଲା । ତାହାଥିଲା ୧୯୯୦ ମସିହାର କଥା । ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକ କଂସ ମହରାଜାଙ୍କ ନିମନ୍ତ୍ରଣ ରକ୍ଷା କରି ବରଗଡ଼ର ଦରବାରକୁ ଆସିଥିଲେ । ବିଜୁବାବୁ ସେତେବେଳେ ଏହି ବିଶ୍ୱ ପ୍ରସିଦ୍ଧ ଧନୁଯାତ୍ରାର ବିକାଶ ଲାଗି ଆର୍ଥିକ ସାହାଯ୍ୟ କରିଥିଲେ ।

ମହାରାଜା କଂସ ଯେତେବେଳେ ହାତୀ ପିଠିରେ ବସି ମଥୁରା ନଗରୀ (ବରଗଡ଼ ସହର) ପରିକ୍ରମା କରନ୍ତି ସେତେବେଳେ ସେ ପଥଚାରୀ ହୁଅନ୍ତୁ କିମ୍ବା ପୋଲିସ ପ୍ରଶାସକ ଏପରିକି ସାଧାରଣ ଦୋକାନୀଙ୍କୁ ମଧ୍ୟ ଛାଡ଼ନ୍ତି ନାହିଁ । ଯଦି କଂସ ମହାରାଜା କୌଣସି ସ୍ଥାନରେ କିଛି ବ୍ୟତିକ୍ରମ ଦେଖନ୍ତି କିମ୍ବା ତ୍ରୁଟି ବିଚ୍ୟୁତି ଲକ୍ଷ୍ୟ କରନ୍ତି ତେବେ ସେହି କ୍ଷଣରେ ହିଁ ସେ ଦଣ୍ଡ ବିଧାନ ସ୍ୱରୂପ ଅର୍ଥରାଶି ବା ସ୍ୱର୍ଣ୍ଣମୁଦ୍ରାର ଜୋରିମାନା ଅସୁଲ କରିଥାଆନ୍ତି ।

Leave A Reply

Your email address will not be published.