Latest Odisha News

Odisha Civil Service 2023: ପ୍ରକାଶ ପାଇଲା ଓଡ଼ିଶା ସିଭିଲ ସର୍ଭିସେସ୍ – ୨୦୨୩ର ମେନ୍ ଏଗଜାମ ରେଜଲ୍ଟ

କଟକ: ପ୍ରକାଶ ପାଇଲା ୨୦୨୩ OCS ଲିଖିତ ପରୀକ୍ଷା ଫଳ। ଓଡ଼ିଶା ସିଭିଲ ସର୍ଭିସେସ୍ – ୨୦୨୩ର ମେନ୍ ଏଗଜାମରେ ୮୦୬ ଜଣ ପ୍ରାର୍ଥୀ କୃତକାର୍ଯ୍ୟ ହୋଇଛନ୍ତି। ଏଥିରେ ୨୯୩ ଜଣ ମହିଳା ପ୍ରାର୍ଥୀ ଅଛନ୍ତି। ଓପିଏସସି ୱେବସାଇଟରେ ରେଜଲ୍ଟ ଉପଲବ୍ଧ ରହିଛି। ଯେଉଁମାନେ ଲିଖିତ ପରୀକ୍ଷାରେ ପାସ୍ କରିଛନ୍ତି ସେମାନଙ୍କର ଡକ୍ୟୁମେଣ୍ଟ ଭେରିଫିକେସନ୍ ଏବଂ ମୌଖିକ ପରୀକ୍ଷା ହେବ।

ସେପ୍ଟେମ୍ବର ୬ରୁ କଟକ ସ୍ଥିତ ଓପିଏସସି କାର୍ଯ୍ୟାଳୟରେ ଡକ୍ୟୁମେଣ୍ଟ ଭେରିଫିକେସନ୍ ଓ ମୌଖିକ ପରୀକ୍ଷା ହେବ। ଖୁବ୍ ଶୀଘ୍ର ଏ ନେଇ ବିସ୍ତୃତ କାର୍ଯ୍ୟସୂଚୀ ପ୍ରକାଶ ପାଇବ। ଆଟେଷ୍ଟେସନ୍ ଫର୍ମ, ବାୟୋଡାଟା ଫର୍ମ ଏବଂ ଡିକ୍ଲାରେସନ୍ ଫର୍ମାଟ ଡାଉନଲୋଡ୍ କରିବାକୁ କୃତକାର୍ଯ୍ୟ ପରୀକ୍ଷାର୍ଥୀଙ୍କୁ କୁହାଯାଇଛି।

Comments are closed.