ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ କଂଟ୍ରୋଲ ବୋର୍ଡ (ବିସିସିଆଇ) ଘରୋଇ କ୍ରିକେଟରେ ଏକ ବଡ ଧରଣର ପରିବର୍ତନ ପାଇଁ ଉଦ୍ୟମ ଆରମ୍ଭ କରିଛି । ଏଥର ଘରୋଇ କ୍ରିକେଟ ଦୁଲୀପ ଟ୍ରଫିରୁ ଆରମ୍ଭ ହେଉଛି । ଟାଇମ୍ସ ଅଫ ଇଣ୍ଡିଆରେ ପ୍ରକାଶିତ ରିପୋର୍ଟ ଅନୁସାରେ ବିଜୟ ହଜାରେ ଟ୍ରଫି, ସିନିୟର ମହିଳା ଦିନିକିଆ ଟ୍ରଫି, ୨୩ ବର୍ଷରୁ କମ ପୁରୁଷ ଷ୍ଟେଟ ଏ ଟ୍ରଫିର ସମସ୍ତ ୪ଟି ଟିମ ଏଲିଟ ଓ ପ୍ଲେଟ ଗ୍ରୁପରେ ସାମିଲ ହେବେ । ଶେଷ ୬ଟି ଟିମ ପ୍ଲେଟ ଗ୍ରୁପରେ ରହିବେ । ପୂର୍ବରୁ ପ୍ରତ୍ୟେକ ସିଜନରେ ପ୍ଲେଟ ଗ୍ରୁପରୁ ୨ଟି ଟିମ ଉପରକୁ ଯାଉଥିଲେ । ସେହିପରି ୨ଟି ଟିମ ତଳକୁ ଖସୁଥିଲେ । ସୟେଦ ମୁସ୍ତାକ ଅଲୀ ଟ୍ରଫି, ସିନୟର ମହିଳା ଟି୨୦ ଟ୍ରଫିକୁ ନକଅଉଟ ଷ୍ଟେଜ ବଦଳରେ ଲିଗ ଷ୍ଟେଜରେ ଆୟୋଜିତ କରାଯାିବ ।
ଘରୋଇ କ୍ରିକେଟକୁ ପ୍ରତିଦ୍ୱନ୍ଦ୍ୱୀତାମୂଳକ କରିବା ସହ ଭଲ ଖେଳାଳିଙ୍କୁ ସମ୍ମୁଖକୁ ଆଣିବା ପାଇଁ ବିସିସିଆଇ ଏହି ଉଦ୍ୟମ ଆରମ୍ଭ କରିଛି । ପୁରୁଷ ଓ ମହିଳା ଉଭୟ ଟିମ ଏଥିରେ ସାମିଲ ହେବେ । ଟିମ ଇଣ୍ଡିଆ ୨୦୬ରେ କେତେକ ଗୁରୁତ୍ୱପୂର୍ଣ୍ଣ ଦିନିକିଆ ସିରିଜ ଖେଳିବ । ବିସିସିଆଇ ଏହି ନୂତନ ପଦକ୍ଷେପ ଯୁବ ଖେଳାଳିଙ୍କ ପାଇଁ ସୁଯୋଗ ସୃଷ୍ଟି କରିବ ।
Comments are closed.