Latest Odisha News

BREAKING NEWS

Seized Vehicles Remove: ସବୁ ଥାନାରୁ ହଟିବ ଜବତ ଗାଡ଼ି: ମେୟର

ଭୁବନେଶ୍ୱର: ରାଜଧାନୀର ସବୁ ଥାନା ପରିସର ମଧ୍ୟରେ ପଡି ରହିଥିବା ଜବତ ଗାଡିକୁ ନେଇ ବଡ ସୂଚନା ଦେଲେ ଭୁବନେଶ୍ୱର ମହାନଗର ନିଗମ ମେୟର ସୁଲୋଚନା ଦାସ । କହିଲେ ସବୁ ଥାନାରୁ ହଟିବ ଜବତ, ଅବ୍ୟହୃତ ଓ ଅଚଳ ଗାଡ଼ି । ଜବତ ଗାଡ଼ି ପଡ଼ି ରହିବା ଯୋଗୁ ସହରର ସୌନ୍ଦର୍ଯ୍ୟ ନଷ୍ଟ ହେଉଛି ବୋଲି ମେୟର୍ କହିଛନ୍ତି ।

ଗାଡ଼ି ହଟିଲେ ଉକ୍ତ ସ୍ଥାନ ସଫା ହେବ ଏବଂ ଏହା ଦ୍ବାରା ରାଜସ୍ବ ବଢିବ । ଏନେଇ ପୋଲିସ୍ କମିଶନରକୁ ଚିଠି କରିବ ଭୁବନେଶ୍ୱର ମହାନଗର ନିଗମ । ଥାନା ସହ ବିଏମ୍‌ସିର ଅବ୍ୟହୃତ ଓ ଅଚଳ ଗାଡ଼ି ସ୍କ୍ରାବ୍ ହେବ ବୋଲି ମେୟର୍ କହିଛନ୍ତି ।

ଗାଡ଼ି ସ୍କ୍ରାପିଂକୁ ନେଇ ବିଏମ୍‌ସି କମିଶନର ଚଞ୍ଚଲ ରାଣା କହିଛନ୍ତି, ଅଚଳ ଗାଡ଼ିକୁ ପକାଇ ନ ରଖି ଏହାକୁ ସ୍କ୍ରାପିଂ କରାଯିବ । ଗାଡ଼ି ହଟିଲେ ବହୁତ ମୂଲ୍ୟବାନ ଜାଗାର ଉପଯୋଗ ହୋଇପାରିବ । ବିଏମ୍‌ସି ସହରରୁ ବାହାରୁଥିବା ବର୍ଜ୍ୟକୁ ନେଇ ମ୍ୟାଟେରିଆଲ ରିକଭରି ଫ୍ୟାସିଲିଟି(ଏମଆରଏଫ୍‌)ରେ ପ୍ରକ୍ରିୟାକରଣ କରୁଛି । ଏହି ଢାଞ୍ଚାରେ ପୁରୁଣା ଗାଡ଼ିକୁ ସ୍କ୍ରାପିଂ କରି ଏହାର ସାମଗ୍ରୀକୁ ଅନ୍ୟତ୍ର ଉପଯୋଗ କରାଯିବ ।

Comments are closed.