Latest Odisha News

BREAKING NEWS

ଅବସର ନେଇଗଲେ ଟେନିସ ଜଗତର ଗ୍ଲାମର କୁଇନ

ନ୍ୟୁୟର୍କ: ୨ ଥର ୱିମ୍ବେଲଡେନ ଟାଇଟଲ ହାସଲ କରିଥିବା ଚେକ ରିପବ୍ଲିକର ମହିଳା ଟେନିସ ଖେଳାଳି ପେତ୍ରା କ୍ୱିଟେଭା ଅବସର ଘୋଷଣା କରିଛନ୍ତି । ଟେନିସ ଜଗତର ଗ୍ଲାମର କୁଇନ କ୍ୱିଟେଭା ଅବସର ନେବା ବେଳେ କାନ୍ଦିଥିଲେ । ଚଳିତ ଆମେରିକା ଓପନର ପ୍ରଥମ ରାଉଣ୍ଡରେ ସେ ଡାୟନ ପ୍ୟାରୀଙ୍କ ନିକଟରୁ ହାରିବା ପରେ ଟେନିସକୁ ଅଲବିଦା କହିଥିଲେ । ଗତ ବର୍ଷ ଜୁଲାଇରେ ସେ ପୁତ୍ର ସନ୍ତାନର ମାଆ ହୋଇଥିଲେ । ୧୭ ମାସ ପରେ କଠିନ ଅଭ୍ୟାସ କରି ସେ ଆନ୍ତର୍ଜାତୀୟ ମୁକାବିଲାକୁ ପ୍ରତ୍ୟାବର୍ତନ କରିଥିଲେ । ୨୦୧୧ ମାରିଆ ଶାରାପୋଭାଙ୍କୁ ହରାଇ ସେ ପ୍ରଥମ ୱିମ୍ବେଲଡେନ ଟାଇଟଲ ଜିତିଥିଲେ । ୨୦୧୪ରେ ୟୁଜିନ ବୁଚାର୍ଡଙ୍କୁ ହରାଇ ସେ ଦ୍ୱିତୀୟ ଥର ପାଇଁ ଚାମ୍ପିୟନ ହୋଇଥିଲେ । ୨୦୧୯ ଫାଇନାଲରେ ନାଓମୀ ଓସକା ତାଙ୍କୁ ପରାସ୍ତ କରିଥିଲେ ।

୨୦୧୬ରେ ଜଣେ ଆତତାୟୀ ତାଙ୍କ ଘରେ ପଶି ଛୂରୀରେ ଆକ୍ରମଣ କରିଥିଲେ । ଏଥିରୁ ମୁକିଳିବା ପାଇଁ ତାଙ୍କୁ ସର୍ଜରୀ କରିବାକୁ ପଡିଥିଲା । ରିପୋର୍ଟ ମୁତାବକ ତାଙ୍କ ନିକଟରେ ୩୫ ମିଲିୟନ ଡଲାର ରହିଛି । ୨୦୧୫ରେ ବିବାହ କରିବା ପରେ ସେ ୨୦୧୬ରେ ଚେକ ରିପବ୍ଲିକର ହକି ଖେଳାଳି ରାଇକେ ମୀଡଲେଙ୍କ ନିକଟରୁ ଅଲଗା ହୋଇଥିଲେ । କୋଚ ଜିରୀ ୱାନକେଙ୍କ ସହ ସମ୍ପର୍କ ସ୍ଥାପନ ହେବା ପରେ ସେମାନେ ୨୦୨୩ରେ ବିବାହ କରିଥିଲେ । କ୍ୱିଟୋଭାଙ୍କୁ ଟେନିସ ପ୍ରେମୀ ଜଣେ ଭଲ ଖେଳାଳି ଓ ଗ୍ଲାମରସ ମହିଳା ଭାବେ ସର୍ବଦା ମନେ ରଖିବେ ।

Comments are closed.