ନୂଆଦିଲ୍ଲୀ: ମହମ୍ମଦ ସାମୀ ଖୁବ ଶୀଘ୍ର ଅବସର ନେଉଛନ୍ତି ବୋଲି ଖବର ପ୍ରକାଶ ପାଇଥିଲା । ତେବେ ଏହି ଖବର ନେଇ ୩୪ ବର୍ଷୀୟ ସାମୀ ମୁହଁ ଖୋଲିଛନ୍ତି । ସେ ସ୍ପଷ୍ଟ ଭାବେ କହିଛନ୍ତି ଯେ, ମୁଁ ଏବେ ଅବସର ନେଉ ନାହିଁ । କ୍ରିକେଟ ପ୍ରତି ମୋର ପାଗଳାମୀ କମି ନାହିଁ । ଦିନିକିଆ ବିଶ୍ୱକପ ଜିତିବା ଟିମରେ ରହିବା ମୋର ସ୍ୱପ୍ନ ଏବେ ବି ସାକାର ହୋଇନି । ୨୦୨୩ ବିଶ୍ୱକପ ଫାଇନାଲରେ ହାରିବା ଦୁଃଖ ଏବେ ବି ମୋ ମନରୁ ଯାଇ ନାହିଁ । ୨୦୨୭ରେ ଏହି ସ୍ୱପ୍ନ ନିଶ୍ଚିତ ଭାବେ ସାକାର ହେବ ବୋଲି ସେ ଆଶା ବ୍ୟକ୍ତ କରିଛନ୍ତି । ଫିଟନେସ ନେଇ ମୁଁ ଏବେ କଠିନ ପରିଶ୍ରମ କରୁଛି । ଓଜନ କମାଇବା ସହ ବୋଲିଂରେ ବିବିଧତା ଆଣିବା ପାଇଁ ଚେଷ୍ଟା ଚଳାଇଛି ।
ଚାମ୍ପିୟନ୍ସ ଟ୍ରଫି ୨୦୨୫ରେ ସାମୀ ଭାରତ ପକ୍ଷରୁ ଶେଷ ଥର ଖେଳିଥିଲେ । ଫାଇନାଲରେ ନ୍ୟୁଜିଲାଣ୍ଡକୁ ହରାଇ ଭାରତ ଚାମ୍ପିୟନ ହୋଇଥିଲା । ସାମୀ ୫ ମ୍ୟାଚରେ ୯ ୱିକେଟ ନେଇଥିଲେ । ସାମୀ ଏବେ ଫର୍ମ ଏବଂ ଫିଟନେସ ବଜାୟ ରଖିବା ପାଇଁ ଦୁଲୀପ ଟ୍ରଫିରେ ପୂର୍ବାଂଚଳ ପକ୍ଷରୁ ଖେଳୁଛନ୍ତି । ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜ ଓ ଏସିଆ କପରେ ସାମୀଙ୍କୁ କିନ୍ତୁ ସୁଯୋଗ ମିଳି ନ ଥିଲା । ରୋହିତ ଶର୍ମା, ବିରାଟ କୋହଲି ସାମୀ ଏବେ ନିଜ ସ୍ଥାନ ବଜାୟ ରଖିବା ପାଇଁ ସଂଘର୍ଷ କରୁଛନ୍ତି ।
Comments are closed.