ନୂଆଦିଲ୍ଲୀ: କ୍ଷୀର, ପନିରରୁ ଆରମ୍ଭ କରି ରୁଟି, ଚକୋଲେଟ ପର୍ଯ୍ୟନ୍ତ ଅତ୍ୟାବଶ୍ୟକ ଖାଦ୍ୟ ଉପରେ ଜିରୋ ଜିଏସଟି। ୫ ରୁ ୧୮ ପ୍ରତିଶତ ଜିଏସଟି ଲାଗୁ ହୋଇଥିବା ଖାଦ୍ୟ ଏବଂ ସାମଗ୍ରୀ ଉପରେ ଛାଡ଼ କରାଯିବ ଜିଏସଟି। ଅଗଷ୍ଟ ୧୫ ତାରିଖରେ ଲାଲକିଲ୍ଲାରୁ ପିଏମ୍ ଘୋଷଣା କରିଥିଲେ ଜିଏସଟି ସଂସ୍କାର। ଏହି ସଂସ୍କାରଗୁଡ଼ିକ ଦୀପାବଳି ପୂର୍ବରୁ ଲାଗୁ କରାଯିବ। ଆସନ୍ତା ସପ୍ତାହରେ ପରିଷଦ ବୈଠକ ହେବାକୁ ଯାଉଥିବା ବେଳେ ଏହା ପୂର୍ବରୁ GST ସ୍ଲାବରେ ପରିବର୍ତ୍ତନ ସମ୍ପର୍କରେ ଏକ ବଡ଼ ଅପଡେଟ୍ ଆସିଛି।
ଏହି ଅନୁସାରେ, ବୈଠକରେ ସରକାର ଶୂନ୍ୟ GST ସ୍ଲାବର ପରିସରକୁ ବୃଦ୍ଧି କରିପାରିବେ । ଏଥିରେ ଅନେକ ଦୈନନ୍ଦିନ ଅତ୍ୟାବଶ୍ୟକୀୟ ସାମଗ୍ରୀ ଅନ୍ତର୍ଭୁକ୍ତ କରିପାରିବେ। ଯାହା ଏପର୍ଯ୍ୟନ୍ତ ୫% ଏବଂ ୧୮% GST ପରିସର ମଧ୍ୟରେ ଆସୁଛି। ରିପୋର୍ଟ ଅନୁସାରେ, ଏହି ସାମଗ୍ରୀଗୁଡ଼ିକରେ ମୁଖ୍ୟତଃ ଖାଦ୍ୟ ଉତ୍ପାଦ ଅନ୍ତର୍ଭୁକ୍ତ ହେବ। କହିବାକୁ ଗଲେ ରୁଟି, କ୍ଷୀର, ଛେନା ଭଳି ଅତ୍ୟାବଶ୍ୟକୀୟ ଖାଦ୍ୟ ଉପରେ ଛାଡ ହେବ ଜିଏସଟି। ୟୁଏଚଟି କ୍ଷୀର, ପ୍ୟାକେଟ୍ ଛେନା, ପିଜା ବ୍ରେଡ, ଚା’, ଆଦି ଖାଦ୍ୟସାମଗ୍ରୀ ଉପରେ ଶୂନ୍ୟ ଜିଏସଟି ଲାଗୁ ହେବ। ସେହିପରି ୧୮% ପ୍ରତିଶତ ଜିଏସଟି ଲାଗୁ ହୋଇଥିବା ପରଟା ଉପରେ ମଧ୍ୟ ଜିଏସଟି ଛାଡ କରାଯିବ। ଏନେଇ ପ୍ରସ୍ତାବ ଆସିଥିବା ସୂଚନା ମଳିଛି ।
ସେହପରି ପୋଷାକ, ପାଠ୍ୟ ଉପକରଣ ଉପରେ ମଧ୍ୟ ଜିଏସଟି ଛାଡ଼ ହେବ। ମ୍ୟାପ୍, ହାଇଡ୍ରୋଗ୍ରାଫିକ ଚାର୍ଟ, ଆଟାଲାସ, ସବୁ ପ୍ରକାରର ପେନସିଲ, କାନ୍ଥ ମ୍ୟାପ୍, ଗ୍ଲୋବ୍ସ, ପ୍ରିଣ୍ଟେଡ ଚାର୍ଟ, ନୋଟବୁକ ଆଦି ଶିକ୍ଷାକ୍ଷେତ୍ରରେ ଜଡିତ ସାମଗ୍ରୀ ଉପରେ ଜିଏସଟି ଛାଡ଼ ହେବ। ଏସବୁ ଉପରେ ଏବେ ୧୨ ପ୍ରତିଶତ ଟାକ୍ସ ଲାଗୁ କରାଯାଇଛି। ଏହାଦ୍ବାରା ଗରିବ ଏବଂ ମଧ୍ୟବିତ୍ତ ଲୋକଙ୍କ ଉପରେ ଟାକ୍ସ ଭାର କମିବ। ଏନେଇ ଆସନ୍ତା ସପ୍ତାହରେ ଦିଲ୍ଲୀରେ ହେବାକୁ ଥିବା ୫୬ ତମ ଜିଏସଟି କାଉନସିଲ ବୈଠକରେ ଚୂଡାନ୍ତ ନିଷ୍ପତ୍ତି ହେବାର ଅଛି।
Comments are closed.