Latest Odisha News

BREAKING NEWS

Work Hours Extensio: ଏଣିକି ଡ୍ୟୁଟି ସମୟ ହେବ ୧୦ଘଣ୍ଟା! ମହିଳା କରିବେ ନାଇଟ୍ ଶିଫ୍ଟ

ମୁମ୍ବାଇ: ଏଣିକି ମହାରାଷ୍ଟ୍ରରେ ଡ୍ୟୁଟି ସମୟ ହେବ ୧୦ଘଣ୍ଟା। ରାଜ୍ୟ ସରକାର କାମ କରିବାର ସମୟ ବଢାଇବାର ଯୋଜନା ଉପରେ କାମ କରୁଛନ୍ତି। ପ୍ରକାଶ ଯେ, ଗତ ଦିନରେ ହୋଇଥିବା କ୍ୟାବିନେଟ ବୈଠକରେ ଶ୍ରମ ବିଭାଗ ପକ୍ଷରୁ ଏହାର ପ୍ରସ୍ତାବ ଦିଆଯାଇଥିଲା। ପ୍ରସ୍ତାବ ଅନୁସାରେ କାମର ଘଣ୍ଟା ବଢାଇ ୯ରୁ ୧୦ଘଣ୍ଟା କରାଯିବ।

ଏହାସହ ଏହି ପ୍ରସ୍ତାବରେ ମହିଳାମାନେ ନାଇଟ ଶିଫ୍ଟରେ କାମ କରିବେ ବୋଲି ଉଲ୍ଲେଖ ରହିଛି। ମହାରାଷ୍ଟ୍ରର ଶ୍ରମ ମନ୍ତ୍ରୀ ଆକାଶ ଫଡକରଙ୍କ ଅନୁସାରେ ପ୍ରସ୍ତାବ ଉପରେ କାମ ଆରମ୍ଭ ହୋଇଯାଇଛି। ମାତ୍ର ଏବେ କୌଣସି ନିଷ୍ପତ୍ତି ନିଆଯାଇନାହିଁ। କିନ୍ତୁ ଏହି ପ୍ରସ୍ତାବ ଆସିବା ପରେ ଏକ ନୂଆ ରାଜନୀତି ଆରମ୍ଭ ହୋଇଯାଇଛି।

କୁହାଯାଉଛି କି ଯଦି ଏହି ପରିବର୍ତ୍ତନ ଲାଗୁ ହେବ ତ ମହାରାଷ୍ଟ୍ର ଶପ୍ସ ଆଣ୍ଡ ଏଷ୍ଟେବ୍ଲିଶମେଣ୍ଟ୍ସ ଆକ୍ଟ ୨୦୧୭ରେ ପରିବର୍ତ୍ତନ କରିବାକୁ ହେବ। ଏହି ଆଇନ ଦୋକାନ, ହୋଟେଲ, ମନୋରଞ୍ଜନ କେନ୍ଦ୍ର ଏବଂ ପ୍ରାଇଭେଟ ବିଜନେସରେ କାମ କରିବାର ଘଣ୍ଟା ଏବଂ ଚାକିରି ସର୍ତ୍ତକୁ ନିଶ୍ଚିତ କରିଥାଏ ।

Comments are closed.