Latest Odisha News

BREAKING NEWS

Cloudburst: ରୁଦ୍ରପ୍ରୟାଗର ବାସୁକେଦାରରେ ବାଦଲଫଟା ବର୍ଷା; ପ୍ରବଳ କ୍ଷୟକ୍ଷତ ସହ ୮ ନିଖୋଜ

ଡେରାଡୁନ:ଉତ୍ତରାଖଣ୍ଡରେ ପୁଣି ଥରେ ପ୍ରକୃତି ତାଣ୍ଡବ ରଚିଛି। ରୁଦ୍ରପ୍ରୟାଗ ଏବଂ ଚମୋଲିରେ ବାଦଲଫଟା ବର୍ଷା ଯୋଗୁଁ ପ୍ରବଳ କ୍ଷୟକ୍ଷତିର ଖବର ଆସିଛି। ଏହି ଘଟଣା ରୁଦ୍ରପ୍ରୟାଗର ତହସିଲ ବାସୁକେଦାର ଅଞ୍ଚଳ ଅନ୍ତର୍ଗତ ବଡେଥ୍ ଡୁଙ୍ଗର ତୋକ ଏବଂ ଚମୋଲିର ଦେୱାଲ ଅଞ୍ଚଳରେ ଘଟିଛି। କିଛି ପରିବାର ଭଗ୍ନାବଶେଷ ତଳେ ଫସି ରହିଥିବା ସୂଚନା ମିଳିଛି। ଚମୋଲିରେ ଦୁଇଜଣ ନିଖୋଜ ଥିବା ଜଣାପଡ଼ିଛି।

ରୁଦ୍ରପ୍ରୟାଗର ବାସୁକେଦାର ତହସିଲରେ ବାଦଲଫଟା ଯୋଗୁଁ ହୋଇଥିବା ବିପର୍ଯ୍ୟୟ ବିଷୟରେ ଜିଲ୍ଲା ମାଜିଷ୍ଟ୍ରେଟ୍ ପ୍ରତୀକ ଜୈନ ଏକ ଅପଡେଟ୍ ସୂଚନା ଦେଇଛନ୍ତି। ଡିଏମଙ୍କ ଅନୁଯାୟୀ, ଏହି ବିପର୍ଯ୍ୟୟରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଛି। ୮ ଜଣ ନିଖୋଜ ଅଛନ୍ତି।

ଜିଲ୍ଲା ପ୍ରଶାସନ ପ୍ରଭାବିତ ଅଞ୍ଚଳରେ ଯୁଦ୍ଧକାଳୀନ ଭିତ୍ତିରେ ରିଲିଫ୍ ଏବଂ ଉଦ୍ଧାର କାର୍ଯ୍ୟ ଚଳାଇଛି। ଅନେକ ଲୋକ ନିଖୋଜ ଥିବା ଜଣାପଡ଼ିଛି। ଏନଡିଆରଏଫ, ଏସଡିଆରଏଫ, ପୋଲିସ ଏବଂ ରାଜସ୍ୱ ବିଭାଗର ଦଳ ନିରନ୍ତର ରିଲିଫ ଏବଂ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ଅଛନ୍ତି।

ସେହିପରି ତେହରି ଗଡ଼ୱାଲ ଜିଲ୍ଲାର ବୁଢାକେଦାର ଅଞ୍ଚଳରେ ମଧ୍ୟ ବାଦଲ ଫାଟିଛି । ଏଠାରେ ମଧ୍ୟ ବହୁତ କ୍ଷତି ହୋଇଛି। ବାଲ ଗଙ୍ଗା ଏବଂ ଧର୍ମ ଗଙ୍ଗା ନଦୀର ଜଳସ୍ତର ବଢିବାରେ ଲାଗିଛି ।

ଚମୋଲି ଜିଲ୍ଲାରେ ଜ୍ୟୋର୍ତିମଠ, ଦେୱାଲ, ନାରାୟଣ ବାଗାଦ, ଥରାଲୀ, ନନ୍ଦା ନାଗର, କର୍ଣ୍ଣ ପ୍ରୟାଗ, ଗୈରସେନ, ଦଶୋଲିରେ ପ୍ରବଳ ବର୍ଷା ହେତୁ ନଦୀ ଓ ସ୍ରୋତ ପ୍ରବାହିତ ହେଉଛି।

ଗଙ୍ଗୋତ୍ରୀ ଜାତୀୟ ରାଜପଥ ନାଲୁ ପାଣି, ନାଲୁନା, ଚାଡେଥି, ପାପଡ ଗାଡ, ନେତାଲା ସମେତ ଅନେକ ସ୍ଥାନରେ ଭଗ୍ନାଶେଷ ଏବଂ ପଥର ଯୋଗୁଁ ବନ୍ଦ ହୋଇଯାଇଛି। ଏକ ଡଜନରୁ ଅଧିକ ଗ୍ରାମୀଣ ରାସ୍ତା ମଧ୍ୟ ଅବରୋଧ ହୋଇଛି। ପ୍ରବଳ ବର୍ଷା ଯୋଗୁଁ ଜଳବନ୍ଦୀ, ଭୂସ୍ଖଳନ ଏବଂ ଭଗ୍ନାବଶେଷ ଏବଂ ପଥର ଯୋଗୁଁ ପ୍ରବଳ କ୍ଷତି ହୋଇଛି।

Comments are closed.