ନୂଆଦିଲ୍ଲୀ: ଦେଶର ପୂର୍ବତନ ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼ ୨୨ ଜୁଲାଇରେ ତାଙ୍କ ପଦରୁ ଇସ୍ତଫା ଦେଇଥିଲେ। ସେ ଇସ୍ତଫା ପଛରେ ସ୍ୱାସ୍ଥ୍ୟଗତ କାରଣ ଦର୍ଶାଇଥିଲେ। ଇସ୍ତଫା ଦେବା ପରେ ଜଗଦୀପ ଧନଖଡ଼ ନଜରକୁ ଆସିନାହାଁନ୍ତି। କୌଣସି କାର୍ଯ୍ୟକ୍ରମରେ ମଧ୍ୟ ତାଙ୍କୁ ଦେଖିବାକୁ ମିଳିନଥିଲା। ତାଙ୍କର କୌଣସି ବିବୃତ୍ତି ମଧ୍ୟ ବାହାରି ନାହିଁ। କିନ୍ତୁ ଏବେ ଧନଖଡ଼ଙ୍କୁ ନେଇ ଏକ ଖବର ସାମ୍ନାକୁ ଆସିଛି। କୁହାଯାଉଛି ସେ ବର୍ତ୍ତମାନ ରାଜସ୍ଥାନ ବିଧାନସଭାରେ ପେନସନ ପାଇଁ ଆବେଦନ କରିଛନ୍ତି।
ବିଧାନସଭା ସଚିବାଳୟ ଜଗଦୀପ ଧନଖଡଙ୍କ ଆବେଦନର ଅନୁମୋଦନ ପ୍ରକ୍ରିୟାକୁ ଆଗକୁ ବଢାଇଛି। ଧନଖଡ଼ ରାଜସ୍ଥାନର ଦଶମ ବିଧାନସଭାର ସଦସ୍ୟ ଥିଲେ। ୧୯୯୩ ମସିହାରେ, କଂଗ୍ରେସ ଟିକେଟରେ ଅଜମେର ଜିଲ୍ଲାର କିଶନଗଡ଼ ଆସନରୁ ନିର୍ବାଚନ ଜିତି ବିଧାୟକ ହୋଇଥିଲେ।
ବିଧାନସଭା ବାଚସ୍ପତି ବାସୁଦେବ ଦେବନାନୀ କହିଛନ୍ତି – ପୂର୍ବତନ ଉପରାଷ୍ଟ୍ରପତିଙ୍କ ପେନସନ ପାଇଁ ଆବେଦନ ଆସିଛି, କାର୍ଯ୍ୟାନୁଷ୍ଠାନ ପ୍ରକ୍ରିୟା ଚାଲିଛି। ଉପରାଷ୍ଟ୍ରପତି ପଦରୁ ଇସ୍ତଫା ଦେବା ପରେ ପ୍ରଥମ ଥର ପାଇଁ, ଜଗଦୀପ ଧନଖଡ଼ଙ୍କ ଖବର ଏହି କାର୍ଯ୍ୟ ଜରିଆରେ ସାମ୍ନାକୁ ଆସିଛନ୍ତି। ଅନ୍ୟପକ୍ଷରେ, ସେ ଏପର୍ଯ୍ୟନ୍ତ ତାଙ୍କ ବାସସ୍ଥାନ ସମ୍ପର୍କରେ ବିଭାଗରେ ଆବେଦନ କରିନାହାଁନ୍ତି।
ଧନଖଡ଼ଙ୍କୁ କେତେ ପେନସନ ମିଳିବ?
ପୂର୍ବତନ ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼ ରାଜସ୍ଥାନ ବିଧାନସଭାରେ ବିଧାୟକ ଅଛନ୍ତି। ରାଜସ୍ଥାନରେ ଜଣେ ପୂର୍ବତନ ବିଧାୟକଙ୍କୁ ପେନସନ ଭାବରେ ୩୫ ହଜାର ଟଙ୍କା ମିଳିଥାଏ। ଯଦି ପୂର୍ବତନ ବିଧାୟକଙ୍କ ବୟସ ୭୦ ବର୍ଷରୁ ଅଧିକ ହୋଇଥାଏ, ତେବେ ତାଙ୍କୁ ୨୦% ଅତିରିକ୍ତ ପେନସନ ଏବଂ ୮୦ବର୍ଷ ବୟସରେ ୩୦% ମିଳିଥାଏ। ଧନଖଡ଼ଙ୍କ ବୟସ ବର୍ତ୍ତମାନ ୭୪ ବର୍ଷ, ତେଣୁ ସେ ୨୦% ଅତିରିକ୍ତ ପେନସନ ସହିତ ପ୍ରାୟ ୪୨ ହଜାର ଟଙ୍କା ପେନସନ ପାଇବେ।
ଧନଖଡ଼ ତାଙ୍କ ରାଜନୈତିକ କ୍ୟାରିୟରରେ ଅନେକ ପଦବୀରେ ଅଛନ୍ତି। ୧୯୮୯ରୁ ୧୯୯୧ ପର୍ଯ୍ୟନ୍ତ ସେ ଝୁଂଝୁନୁ ଲୋକସଭା ନିର୍ବାଚନମଣ୍ଡଳୀରୁ ଜନତା ଦଳ ସାଂସଦ ଥିଲେ। ଏହା ପରେ, ୧୯୯୩ରେ, ସେ କଂଗ୍ରେସ ଟିକେଟରେ କିଶନଗଡ଼ରୁ ବିଧାୟକ ନିର୍ବାଚିତ ହୋଇଥିଲେ। ସେ ୨୦୨୯ରୁ ୨୦୨୨ ପର୍ଯ୍ୟନ୍ତ ପଶ୍ଚିମବଙ୍ଗର ରାଜ୍ୟପାଳ ଏବଂ ୨୦୨୨ରୁ ୨୦୨୫ ପର୍ଯ୍ୟନ୍ତ ଭାରତର ଉପରାଷ୍ଟ୍ରପତି ଭାବରେ କାର୍ଯ୍ୟ କରିଥିଲେ। ସୂଚନା ଥାଉକି
ଜଗଦୀପ ଧନଖଡ଼ ସ୍ୱାସ୍ଥ୍ୟ କାରଣରୁ ଉପରାଷ୍ଟ୍ରପତି ପଦରୁ ଇସ୍ତଫା ଦେଇଛନ୍ତି। ତଥାପି, ବିରୋଧୀ ଦଳ ପକ୍ଷରୁ ତାଙ୍କ ଇସ୍ତଫା ସମ୍ପର୍କରେ ଅନେକ ପ୍ରଶ୍ନ ଉଠିଥିଲା। ଅନ୍ୟପକ୍ଷରେ, ନିକଟରେ ଗୃହମନ୍ତ୍ରୀ ଅମିତ ଶାହ ମଧ୍ୟ ଏକ ସାକ୍ଷାତକାରରେ ସ୍ପଷ୍ଟ କରିଛନ୍ତି ଯେ ଜଗଦୀପ ଧନଖଡ଼ ସ୍ୱାସ୍ଥ୍ୟଗତ କାରଣରୁ ଇସ୍ତଫା ଦେଇଛନ୍ତି।
Comments are closed.