Latest Odisha News

BREAKING NEWS

ଅଶ୍ଳିଳ ସାଇଟରେ ପ୍ରଧାନମନ୍ତ୍ରୀ ଜର୍ଜିଆ ମେଲୋନି…

ନୂଆଦିଲ୍ଲୀ: ଇଟାଲୀର ପ୍ରଧାନମନ୍ତ୍ରୀ ଜର୍ଜିଆ ମେଲୋନି ପର୍ଣ୍ଣ ସାଇଟରେ ନିଜର ଏବଂ ଅନ୍ୟ ମହିଳାଙ୍କ ଫଟୋ ସେୟାରକୁ ନେଇ ଅସନ୍ତୋଷ ପ୍ରକାଶ କରିବା ସହ ଦୋଷୀ ମାନଙ୍କ ବିରୁଦ୍ଧରେ କଡା କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯିବାକୁ ନିର୍ଦ୍ଦେଶ ଦେଇଛନ୍ତି।

ଏହି ୱେବସାଇଟର ନାମ ଫିକା ଥିବା ଜଣାପଡିଛି। ଯେଉଁଥିରେ ମହିଳାଙ୍କ ଫଟୋକୁ ବିକୃତ କରି ପୋଷ୍ଟ କରାଯାଉଥିଲା। ଏହାକୁ ନେଇ ଅନେକ ମହିଳା ଅଭିଯୋଗ କରିଥିଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଉନଥିଲା।। ତେବେ ଏଥିରେ ମେଲୋନିଙ୍କ ଭଉଣୀ ଆରିଆନା, ବିରୋଧୀ ଦଳ ନେତା ଏଲି ସ୍କ୍ଲେନ୍, ଜଣେ ଜଣାଶୁଣା ନାମ ଚିଆରା ଫେରାଗ୍ନି ଏବଂ EU ସାଂସଦ ଆଲେସାଣ୍ଡ୍ରା ମୋରେଟିଙ୍କ ନାମ ସାମିଲ ଥିବା ଜଣାପଡିଛି। ତେବେ ଆଶ୍ଚର୍ଯ୍ୟର କଥା ହେଉଛି ଏହି ପ୍ଲାଟଫର୍ମରେ ପ୍ରାୟ ୭ ଲକ୍ଷ ଉପଭୋକ୍ତା ଅଛନ୍ତି। କେବଳ ଏତିକି ନୁହେଁ ଏଥିରେ ହାଇ-ପ୍ରୋଫାଇଲ୍ ମହିଳାଙ୍କ ଫଟୋ ପାଇଁ ଏକ ପୃଥକ VIP ବିଭାଗ ମଧ୍ୟ ସୃଷ୍ଟି କରାଯାଇଥିଲା।

ବର୍ତ୍ତମାନ ଅଭିଯୋଗ ପରେ ସାଇଟ୍ ପରିଚାଳକମାନେ ଏହାକୁ ବନ୍ଦ କରିଦେଇଛନ୍ତି। ତେବେ ଏହା ପର୍ଣ୍ଣ ଉପରେ ଆଧାରିତ ଏକ ୱେବସାଇଟ୍ ଥିଲା। ଏହି ୱେବସାଇଟରେ ମହିଳା ମାନଙ୍କ ଶରୀରର ଅଙ୍ଗଗୁଡ଼ିକୁ ଜୁମ୍ କରି ଯୌନ ମୁଦ୍ରାରେ ପୋଷ୍ଟ କରାଯାଉଥିଲା ଓ ଏଥିରେ ଅଶ୍ଳୀଳ କ୍ୟାପସନ୍ ମଧ୍ୟ ଲେଖାଯାଇଥିଲା। ଏହାକୁ ନେଇ ମେଲୋନି କହିଛନ୍ତି ଯେ ୨୦୨୫ ମସିହାରେ ମଧ୍ୟ ଏପରି ଲୋକ ଅଛନ୍ତି ଯେଉଁମାନେ ମହିଳାଙ୍କ ସମ୍ମାନକୁ ଧୂଳିସାତ କରିବା ପାଇଁ ଚେଷ୍ଟା କରିବା ସହ ଅଶ୍ଳୀଳ ଭାଷା ବ୍ୟବହାର କରିବାକୁ ସାଧାରଣ ବୋଲି ଭାବୁଛନ୍ତି।

ବର୍ତ୍ତମାନ୍ ଏହି ଘଟଣାର ତଦନ୍ତ ଚାଲିଛି। ଏଥିସହିତ ଫେସବୁକ୍ ନିଜ ପ୍ଲାଟଫର୍ମର ଏକ କମ୍ୟୁନିଟିକୁ ମଧ୍ୟ ବନ୍ଦ କରିଦେଇଛି ।ଯେଉଁଥିରେ ପୁରୁଷମାନେ ସେମାନଙ୍କ ସ୍ତ୍ରୀ କିମ୍ବା ଅଜଣା ମହିଳାଙ୍କ ଅନ୍ତରଙ୍ଗ ଫଟୋ ସେୟାର କରୁଥିଲେ। ତେବେ ଏଥିରେ ୩୨ ହଜାରରୁ ଅଧିକ ସଦସ୍ୟ ଥିଲେ ଓ ଏହାର ନାମ ମିଆ ମୋଗଲି ରଖାଯାଇଥିବା ଜଣାପଡିଛି। ଇଟାଲୀରେ ଯାହାର ଅର୍ଥ ମୋ ସ୍ତ୍ରୀ ଅଟେ।

 

Comments are closed.