ଭୁବନେଶ୍ୱର: ରାଜ୍ୟରେ ଦଳୀୟ ସଂଗଠନକୁ ମଜବୁତ କରିବା ପାଇଁ କଂଗ୍ରେସ ଦଳର ବରିଷ୍ଠ ନେତା ତଥା ଲୋକସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଚଳିତ ବର୍ଷ ନଭେମ୍ବର କିମ୍ବା ଡିସେମ୍ବର ମାସରେ ଓଡ଼ିଶା ଗସ୍ତରେ ଆସିପାରନ୍ତି।
ରାହୁଲ ଗାନ୍ଧୀଙ୍କ ଏହି ଗସ୍ତ ସମୟରେ ମେଗା କାର୍ଯ୍ୟକ୍ରମ ଆୟୋଜନ ପାଇଁ ଦଳ ଯୋଜନା ପ୍ରସ୍ତୁତ କରୁଛି ବୋଲି ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି (ଓପିସିସି) ସଭାପତି ଭକ୍ତ ଚରଣ ଦାସ ଶନିବାର କହିଛନ୍ତି। ଉକ୍ତ କାର୍ଯ୍ୟକ୍ରମରେ ବରିଷ୍ଠ କଂଗ୍ରେସ ନେତା ଅଭିଯୋଗ କରାଯାଇଥିବା ଭୋଟ ଚୋରି, ଦାରିଦ୍ର୍ୟ ଏବଂ ମହିଳାଙ୍କ ସୁରକ୍ଷା ଭଳି ପ୍ରମୁଖ ପ୍ରସଙ୍ଗଗୁଡ଼ିକୁ ଉଜାଗର କରିବେ ବୋଲି ସେ କହିଛନ୍ତି।
ରାହୁଲ ରୋଡ ଶୋ’ କରିବେ। ବିଶାଳ ସାଧାରଣ ସଭାକୁ ସମ୍ବୋଧିତ କରିବା ସହ ବିଭିନ୍ନ ଜିଲ୍ଲାରେ ବିଭିନ୍ନ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବେ। ଏହି ଅବସରରେ ଲୋକଙ୍କ ସହିତ ଭାବ ବିନିମୟ ମଧ୍ୟ କରିବେ।
ଅପରପକ୍ଷରେ ରାହୁଲଙ୍କ ଓଡ଼ିଶା ଗସ୍ତର ସଠିକ୍ ତାରିଖ ଏପର୍ଯ୍ୟନ୍ତ ଚୂଡ଼ାନ୍ତ ହୋଇନଥିବା ବେଳେ ଖୁବ୍ ଶୀଘ୍ର ଏକ ସ୍ପଷ୍ଟ ଚିତ୍ର ସାମ୍ନାକୁ ଆସିବ ବୋଲି ପିସିସି ମୁଖ୍ୟ କହିଛନ୍ତି।
Comments are closed.