ନୂଆଦିଲ୍ଲୀ: ଚଳିତ ବିଶ୍ୱ ବ୍ୟାଡମିଂଟନ ଚାମ୍ପିୟନଶିପରେ ଭାରତର ପୁରୁଷ ଡବଲ୍ସ ଯୋଡି ସାତ୍ୱିକସାଇରାଜ ରାଙ୍କିରେଡ୍ଡୀ ଓ ଚିରାଗ ଶେଟ୍ଟୀ ପଦକ ନିଶ୍ଚିତ କରିଛନ୍ତି । ଏହି ଟୁର୍ଣ୍ଣାମେଂଟରେ ଭାରତୀୟ ଯୋଡିଙ୍କ ପ୍ରଦର୍ଶନ ଏ ପର୍ଯ୍ୟନ୍ତ ପ୍ରଶଂସନୀୟ ରହିଛି । କ୍ୱାର୍ଟର ଫାଇନାଲରେ ସେମାନେ ମାଲେସିଆର ଆରୋନ ଚିଆ ଓ ସୋ ଉ ୟିକଙ୍କୁ ୨୧-୧୫, ୨୧-୧୯ ସିଧାସଳଖ ଗେମରେ ପରାସ୍ତ କରିଥିଲେ । ଏଥିସହ ସେମାନେ ପ୍ୟାରିସ ଅଲିମ୍ପିକ୍ସ ପରାଜୟର ମଧୂର ପ୍ରତିଶୋଧ ନେଇ ପାରିଛନ୍ତି । ସମ୍ପୂର୍ଣ୍ଣ ମ୍ୟାଚରେ ଭାରତୀୟ ଯୋଡି ଆକ୍ରମଣାତ୍ମକ ପ୍ରଦର୍ଶନ କରିଥିଲେ ।
ପ୍ରଥମ ଗେମକୁ ସହଜରେ ଜିତି ନେବା ପରେ ଦ୍ୱିତୀୟ ଗେମରେ ମାଲେସୀୟ ଯୋଡି କିଛିଟା ସଂଘର୍ଷ କରିଥିଲେ ମଧ୍ୟ ଭାରତ ସପକ୍ଷରେ ମ୍ୟାଚ ଯାଇଥିଲା । ସାତ୍ୱିକ-ଚିରାଗ ସେମିଫାଇନାଲରେ ଚୀନ ଯୋଡି ଚେନ ବୋ ୟାଙ୍ଗ ଓ ଲିଉ ୟିଙ୍କୁ ଭେଟିବେ । ପୂର୍ବରୁ ୨୦୨୪ ଥାଇଲାଣ୍ଡ ଓପନରେ ଉଭୟ ଯୋଡି ସାମ୍ନିସାମ୍ନି ହୋଇଥିଲେ । ଏହି ମୁକାବିଲାରେ ଭାରତୀୟ ଯୋଡି ବିଜୟ ହାସଲ କରିଥିଲେ । ଯଦି ଏଥର ସେମାନେ ଫାଇନାଲରେ ପ୍ରବେଶ କରିବେ ତେବେ ପ୍ରଥମ ଭାରତୀୟ ଭାବେ ଏହି ସଫଳତା ହାସଲ କରିବେ ।
Comments are closed.