ନୂଆଦିଲ୍ଲୀ: 1911 ମସିହାରେ ବୁଲଗେରିଆରେ ଜନ୍ମ ନେଇଥିବା ବାବା ଭେଙ୍ଗା ପିଲା ଦିନରୁ ନିଜ ଦୃଷ୍ଟିଶକ୍ତି ହରାଇଥିଲେ। ତେବେ ବିନା ଆଖିରେ ବିଶ୍ବକୁ ନେଇ ତାଙ୍କର ଅନେକ ଭବିଷ୍ୟବାଣୀ ସତ ହୋଇଛି। ଦ୍ବିତୀୟ ବିଶ୍ବଯୁଦ୍ଧ, ରାଜକୁମାରୀ ଡାଏନାଙ୍କ ମୃତ୍ୟୁ ଓ ନ୍ୟୁୟର୍କରେ ବିଶ୍ବ ବାଣିଜ୍ୟ କେନ୍ଦ୍ର ଉପରେ ଆତଙ୍କବାଦୀ ଆକ୍ରମଣକୁ ନେଇ ସେ ପୂର୍ବରୁ ଭବିଷ୍ୟବାଣୀ କରିଥିଲେ। ଚଳିତ ବର୍ଷ ପାଇଁ ମଧ୍ୟ ବାବା ଭେଙ୍ଗା ଅନେକ ଭବିଷ୍ୟବାଣୀ କରିଛନ୍ତି। ଏହା ମଧ୍ୟରୁ ଏପର୍ଯ୍ୟନ୍ତ ଅନେକ ସତ ହୋଇସାରିଛି।
ସତ ହେଲା ଭୂକମ୍ପ ଭବିଷ୍ୟବାଣୀ
2025ରେ ବିନାଶକାରୀ ପ୍ରାକୃତିକ ବିପର୍ଯ୍ୟୟ, ୟୁରୋପରେ ଯୁଦ୍ଧ ଓ ବିଶ୍ବ ଆର୍ଥିକ ସଂକଟ ଭଳି ପ୍ରମୁଖ ଭବିଷ୍ୟବାଣୀ କରିଥିଲେ ବାବା ଭେଙ୍ଗା। ଚଳିତ ବର୍ଷ ମାର୍ଚ୍ଚ 28ତାରିଖରେ ମିଆଁମାରରେ 7.9 ତୀବ୍ରତାର ଭୀଷଣ ଭୂକମ୍ପ ହୋଇଥିଲା। ଏଥିରେ 17ଶହରୁ ଅଧିକ ଲୋକଙ୍କ ଜୀବନ ଯାଇଥିବା ବେଳେ ସାଢେ 4ହଜାର ଲୋକ ଆହତ ହୋଇଥିଲେ। କେବଳ ମିଆଁମାର ନୁହେଁ ଥାଇଲାଣ୍ଡ, ଚୀନ୍ ଓ ଭିଏତନାମ ଉପରେ ମଧ୍ୟ ଭୂକମ୍ପର ପ୍ରଭାବ ଦେଖିବାକୁ ମିିଳିଥିଲା। ସେହିପରି ଜୁଲାଇ 30ତାରିଖରେ ଋଷର କାମଚଟକା କ୍ଷେତ୍ରରେ 8.8 ତୀବ୍ରତାର ଭୀଷଣ ଭୂକମ୍ପ ହୋଇଥିଲା। ଏହାପରେ ଆଲାସ୍କା, ଜାପାନ, ହଓ୍ବାଇ ଓ ନ୍ୟୁଜିଲାଣ୍ଡର କିଛି ଅଂଶରେ ସୁନାମି ଚେତାବନୀ ଜାରି କରାଯାଇଥିଲା। ଜାପାନର ବାବା ଭେଙ୍ଗା କୁହାଯାଉଥିବା ରିଓ ତାତ୍ସୁକି ମଧ୍ୟ ଜାପାନରେ ଭୂକମ୍ପ ନେଇ ପୂର୍ବାନୁମାନ କରିଥିଲେ।
ବିଶ୍ବରେ ଆର୍ଥିକ ସଂକଟ
ଚଳିତ ବର୍ଷ ବିଶ୍ବରେ ଆର୍ଥିକ ସଂକଟ ନେଇ ମଧ୍ୟ ବୁଲଗେରିଆର ଭବିଷ୍ୟଦ୍ରଷ୍ଟା ବାବା ଭେଙ୍ଗା ଭବିଷ୍ୟବାଣୀ କରିଥିଲେ। ଦ୍ବିତୀୟ ଥର ପାଇଁ ଆମେରିକା ରାଷ୍ଟ୍ରପତି ହୋଇଥିବା ଡୋନାଲଡ ଟ୍ରମ୍ପ ଅନେକ ଦେଶ ସହ ଟାରିଫ ଓ୍ବାର ଆରମ୍ଭ କରିଛନ୍ତି। ଭାରତ ଉପରେ 50 ପ୍ରତିଶତ ଟାରିଫ ଲଗାଇଛନ୍ତି ଆମେରିକା। ଟ୍ରମ୍ପଙ୍କ ଟାରିଫ ନୀତି ବିଶ୍ବ ବଜାରରେ ବଡ଼ ହଲଚଲ ଆଣିପାରେ ବୋଲି ଅର୍ଥନୈତିକ ବିଶେଷଜ୍ଞ ଚେତାବନୀ ଦେଇଛନ୍ତି।
ଆଗ୍ନେୟ ଉଦଗୀରଣ
ଚଳିତ ବର୍ଷ ସ୍ବର୍ଗ ଓ ପୃଥିବୀରୁ ଏକାସାଙ୍ଗରେ ଦୁଇ ପାଖିଆ ନିଆଁ ଉଠିବ ବୋଲି ବାବା ଭେଙ୍ଗା ପୂର୍ବାନୁମାନ କରିଥିଲେ। ଏଥିରେ ସେ ଜଙ୍ଗଲ ନିଆଁ ଓ ଆଗ୍ନେୟ ଉଦଗୀରଣ ଆଡକୁ ଇସାରା ବୋଲି ମନେ କରାଯାଉଛି। ଋଷରେ ଆସିଥିବା ଭୂମିକମ୍ପ ଅନେକ ଜ୍ବାଳାମୁଖୀକୁ ଜାଗ୍ରତ କରିଛି। ପ୍ରଥମ ବିସ୍ଫୋରଣ କାମଚଟକା କ୍ଷେତ୍ରରେ ହୋଇଥିଲା। ଏହାପରେ କ୍ରସେନିନିକୋଭ ଜ୍ବାଳାମୁଖୀରେ ବିସ୍ଫୋରଣ ହୋଇଥିଲା। ଏହା 550 ବର୍ଷରେ ପ୍ରଥମ। ଏହାପରେ 7ଟି ଜ୍ବାଳାମୁଖୀ ସକ୍ରିୟ ହେବା ନେଇ ଜଣାପଡିଥିଲା। ଋଷରେ ଭୂମିକମ୍ପ ରିଙ୍ଗ ଅଫ୍ ଫାୟାରର ଅନେକ ଜ୍ବାଳାମୁଖୀକୁ ଜାଗ୍ରତ କରିଥାଇପାରେ। ଫଳରେ କିଛି ମାସ ମଧ୍ୟରେ ଏସବୁ ଜ୍ବାଳାମୁଖୀରେ ବିସ୍ଫୋରଣ ହେବା ନେଇ ବୈଜ୍ଞାନିକ ଆଶଙ୍କା କରିଛନ୍ତି।
Comments are closed.