Latest Odisha News

BREAKING NEWS

ଆରାମ କରିବା ପାଇଁ ବୁମରାହଙ୍କୁ ବିସିସିଆଇ ଦେବ ୧୮ କୋଟି ଟଙ୍କ । !

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟର ମୂଖ୍ୟ ପେସ ବୋଲର ଯଶପ୍ରୀତ ବୁମରାହଙ୍କୁ ନେଇ ପୂର୍ବ ବୋଲିଂ କୋଚ ଭରତ ଅରୁଣ ଏକ ଅଜବ ବୟାନ ଦେଇଛନ୍ତି । ବୁମରାହଙ୍କୁ ଫିଟ ରଖିବା ପାଇଁ ତାଙ୍କୁ ବିଶ୍ରାମର ଆବଶ୍ୟକତା ରହିଛି । ଗୁରୁତ୍ୱପୂର୍ଣ୍ଣ ସିରିଜ ପୂର୍ବରୁ ଯଦି ଆଇପିଏଲ ଆୟୋଜିତ ହେବାକୁ ଅଛି ବିସିସିଆଇ ବୁମରାହଙ୍କୁ ଖେଳିବା ପାଇଁ ମନା କରିବା ଉଚିତ । ଏହା ବଦଳରେ ବିିସିସିଆଇକୁ ତାଙ୍କୁ ପାରିଶ୍ରମିକ ପ୍ରଦାନ କରିବ । ମୁମ୍ବାଇ ଇଣ୍ଡିଆନ୍ସ ତାଙ୍କୁ ୧୮ କୋଟି ଟଙ୍କା ଦେଉଛି । ବିସିସିଆଇ ଏହି ଅର୍ଥ ବୁମରାହଙ୍କକୁ ପ୍ରଦାନ କରୁ ବୋଲି ଭରତ କହିଛନ୍ତି । ଭରତଙ୍କ ଏହି ବୟାନ ଅନେକ ପ୍ରଶ୍ନବାଚୀ ସୃଷ୍ଟି କରିଥିଲା । ତେବେ ଏଥିରେ ମୁମ୍ବାଇର ଯାହା କ୍ଷତି ହେବ ତାହା କିଏ ଭରଣା କରିବ ବୋଲି ଭରତଙ୍କୁ ପଚରାଯାଇଥିଲା । ସେ ଏହାର ଉତର ଠିକ ଭାବେ ଦେଇପାରି ନ ଥିଲେ ।

ବୁମରାହ ଓ କୋହଲିଙ୍କ ପରି ଖେଳାଳି ଆଇପିଏଲର ଟିଆରପି ବୃଦ୍ଧି କରୁଛନ୍ତି । ସେମାନଙ୍କ ବସେଇ ରଖିବା ସମ୍ଭବପର ନୁହେଁ । ବୁମରାହଙ୍କୁ ନିଲାମରେ ମଧ୍ୟ ନେବା ପାଇଁ ଫ୍ରାଂଚାଇଜର ଆଗ୍ରହ ପ୍ରକାଶ କରିବେନି । ଏହା ପରୋକ୍ଷରେ ଆଇପିଏଲର କ୍ଷତି ଘଟାଇବ । ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜରେ ୫ଟି ମ୍ୟାଚ ଖେଳାଯାଇଥିଲେ ମଧ୍ୟ ବୁମରାହ ୩ଟି ମ୍ୟାଚ ଖେଳିଥିଲେ । ଏଥିପାଇଁ ପୂର୍ବରୁ ମଧ୍ୟ ଚୟନ କମିଟି ସହ ବୋର୍ଡ ଆଲୋଚନା କରିଥିଲା । ଯାହାକୁ ନେଇ ପରେ ବିବାଦୀୟ ପରିସ୍ଥିତି ସୃଷ୍ଟି ହୋଇଥିଲା । ଅନେକ ପୂର୍ବତନ ଖେଳାଳି ଏହାକୁ ପସନ୍ଦ କରି ନ ଥିଲେ ।

Comments are closed.