Latest Odisha News

Arrest : ଗୋପାଳପୁର ଥାନାରେ ନାବାଳିକା ଫିନାଇଲ୍ ପିଇବା ଘଟଣା; ଅପହରଣ ଅଭିଯୋଗରେ ପୁରୁଷ ବନ୍ଧୁ ଗିରଫ

ଗଞ୍ଜାମ: ଗୋପାଳପୁର ଥାନାରେ ନାବାଳିକା ଫିନାଇଲ ପିଇବା ଘଟଣାରେ ପୁରୁଷ ବନ୍ଧୁ ଗିରଫ। ଗିରଫ କଲା ଗୋପାଳପୁର ପୋଲିସ । ନାବାଳିକାକୁ ଅପହରଣ ଅଭିଯୋଗରେ ପୁରୁଷ ବନ୍ଧୁ ଗିରଫ । ନାବାଳିକାଙ୍କ ବାପା ମାଆଙ୍କ ଅଭିଯୋଗରେ ବାନ୍ଧିଲା ପୋଲିସ ।

ପୀଡ଼ିତାଙ୍କ ମା ଥାନାରେ ଅଭିଯୋଗ କରିବା ପରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ଗିରଫ ପରେ ପୁରୁଷ ବନ୍ଧୁକୁ କୋର୍ଟ ଚାଲାଣ କରାଯାଇଛି ।

ସୂଚନାଥାଉକି, ଗତକାଲି ସକାଳ ୧୧ଟା ବେଳେ ଜଣେ ନାବାଳିକା ନିଜ ପୁରୁଷବନ୍ଧୁଙ୍କ ସହ ଗୋପାଳପୁର ବୁଲିବାକୁ ଆସିଥିଲେ।  ଏହାପରେ ଏକ ଲଜରେ ରୁମ ପାଇଁ ନାବାଳିକା ଓ ନିଜର ପୁରୁଷବନ୍ଧୁ ଯାଇଥିଲେ। ବୟସ ୧୮ ବର୍ଷ ହୋଇ ନଥିବରୁ ଲଜ୍ ମାଲିକ ରୁମ୍ ଦେଇନଥିଲେ । ଏହାକୁ ନେଇ ନାବାଳିକା ଓ ପୁରୁଷ ବନ୍ଧୁ ଗୋପାଳପୁର ଥାନାକୁ ଯାଇଥିଲେ । ଉଭୟ ଗୋପାଳପୁର ଥାନାକୁ ଯାଇଥିଲେ ଘଟଣା ସମ୍ପର୍କ କହିଥିଲେ । ଏହାପରେ ପୋଲିସ ନାବାଳିକା ବାପା ଓ ମାଙ୍କୁ ଫୋନ କରି ଡାକିଥିଲେ । ପରିବାର ଲୋକ ଆସିବା ପରେ ନାବାଳିକା ଜଣଙ୍କ ପର୍ସରେ ଆଣିଥିବା ଏକ ଛୋଟିଆ ବୋତଲରୁ କିଛି ପିଇ ଦେଇଥିଲେ । ତାଙ୍କୁ ତୁରନ୍ତ ଏମକେସିଜିରେ ଭର୍ତ୍ତି କରାଯାଇଥିଲା ।

ଡାକ୍ତରଙ୍କ ସୂଚନା ଅନୁସାରେ ନାବାଳିକା ଜଣକ ଫିନାଇଲ୍ ପିଇଥିଲେ । ଦୁଇଜଣିଆ ଡାକ୍ତରୀ ଟିମ୍ ତାଙ୍କର ଚିକିତ୍ସା କରୁଛନ୍ତି ।

Comments are closed.