ନୂଆଦିଲ୍ଲୀ: ବିହାରରେ ଏବେ ଏସିଆ କପ ହକି ଟୁର୍ଣ୍ଣାମେଂଟ ଚାଲିଛି । ଭାରତ ଚମତ୍କାର ପ୍ରଦର୍ଶନ କରି ସୁପରଫୋରରେ ପ୍ରବେଶ କରିଛି । ଇତି ମଧ୍ୟରେ ଦଳର ମେଂଟାଲ କଣ୍ଡିଶନିଂ କୋଚ ପ୍ୟାଡୀ ଅପ୍ଟନ ଏକ ମଜାଦାର ବୟାନ ଦେଇଛନ୍ତି । ସେ କହିଛନ୍ତି ଆମ ଦଳରେ ୧୮ରୁ ୨୦ଜଣ ବିରାଟ କୋହଲି ରହିଛନ୍ତି । ବର୍ତମାନର ହକି ଟିମ ଫିଟନେସ ଓ ଉତ୍ସର୍ଗୀକୃତ ମନୋଭାବରେ ୨୦୧୧ ବିଶ୍ୱକପ ଜିତିଥିବା ଭାରତୀୟ କ୍ରିକେଟ ଦଳଠାରୁ ଆଗରେ ରହିଛନ୍ତି । ୨୦୧୧ରେ ଅପ୍ଟନ ଭାରତୀୟ କ୍ରିକେଟ ଟିମ ସହିତ ମଧ୍ୟ କାମ କରିଛନ୍ତି ।
ବିଶ୍ୱ କ୍ରିକେଟରେ କୋହଲି ଏକ ଫିଟ ଖେଳାଳି ଭାବେ ଗଣତି କରାଯାଏ । ତାଙ୍କ ପରି ଫିଟନେସ ଲେଭଲ ବହୁତ କମ କ୍ରିକେଟରଙ୍କ ପାଖରେ ଦେଖିବାକୁ ମିଳିଥାଏ । ଏବେ କିନ୍ତୁ ଆମ ହକି ଟିମରେ ସମସ୍ତ ଖେଳାଳି ଫିଟନେସରେ ବେଶ ଆଗରେ ଅଛନ୍ତି । ଅପଟନ ପ୍ୟାରିସ ଅଲିମ୍ପିକ୍ସରେ ବ୍ରୋଞ୍ଜ ପଦକ ଜିିତିଥିବା ଭାରତୀୟ ହକି ଟିମ ସହିତ ମଧ୍ୟ କାମ କରିଛନ୍ତି । ଏପରିକି ଗତ ବର୍ଷ ବିଶ୍ୱ ଚେସ ଚାମ୍ପିୟନଶିପ ଜିତିଥିବା ଡି.ଗୁକେଶଙ୍କ ବିଜୟରେ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ । ସେ ଗୁକେଶଙ୍କୁ ମାନସିକ ଓ ଶାରୀରିକସ୍ତରରେ ବେଶ ମଜଭୁତ କରାଇଥିଲେ ।
Comments are closed.