ଭୁବନେଶ୍ବର: ସେପ୍ଟେମ୍ବର ୪ ସୁଦ୍ଧା ହଷ୍ଟେଲ୍ ଛାଡ଼ିବାକୁ ନୋଟିସ୍ ଲାଗିବାର ୨୪ ଘଣ୍ଟା ଭିତରେ ଉତ୍କଳ ବିଶ୍ବବିଦ୍ୟାଳୟ ଅଶାନ୍ତ ହୋଇ ଉଠିଛି । ମଙ୍ଗଳବାର ରାତି ପ୍ରାୟ ଆଠ ପର ଠାରୁ ଏହି ଉତ୍ତେଜନା ବୃଦ୍ଧି ପାଇଛି । ଖବର ଅନୁସାରେ ଅଣଛାତ୍ରମାନେ ଏକ ନମ୍ବର ହଷ୍ଟେଲ ବା ‘ଗୋପବନ୍ଧୁ ଛାତ୍ରବାସ’ରେ ଫାଟକରେ ତାଲା ପକାଇ ଦେଇଥିଲେ ।ହଷ୍ଟେଲ ୱାର୍ଡେନଙ୍କୁ ହଷ୍ଟେଲ ଭିତରକୁ ପ୍ରବେଶ କରିବା ପାଇଁ ଦେଇ ନଥିଲେ । ଏଥିସହ ଖବର ସଂଗ୍ରହ କରିବାକୁ ଯାଇଥିବା ଗଣମାଧ୍ୟମ ପ୍ରତିନିଧି ଓ ପୋଲିସ ଅଧିକାରୀଙ୍କ ଉପରକୁ ଟେକାପଥର ମାଡ଼ କରିଛନ୍ତି।
ଏଥିରେ କେହି ଆହତ ହୋଇ ନ ଥିଲେ ମଧ୍ୟ କ୍ୟାମ୍ପସ୍ରେ ଚାପା ଉତ୍ତେଜନା ଲାଗି ରହିଛି। ଘଟଣାସ୍ଥଳରେ ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ଥିବାରୁ ପୁଲିସ ଫୋର୍ସ ମୁତୟନ କରାଯାଇଛି ।
ସୂଚନାମୁତାବକ, ଅଣଛାତ୍ରଙ୍କୁ ତଡ଼ିବା ସହ ଛାତ୍ରମାନଙ୍କୁ ହଷ୍ଟେଲ୍ ସିଟ୍ ବଣ୍ଟନ କରିବାକୁ ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷ ନିଷ୍ପତ୍ତି ନେଇଥିଲେ। ଛାତ୍ରାବାସ ୧, ୨ ଓ ୩ରେ ଥିବା ରୁମ୍ ପଞ୍ଜୀକୃତ ଛାତ୍ରଙ୍କୁ ଆଲଟ୍ କରାଯିବାକୁ ଥିବାରୁ ଯେଉଁମାନେ ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ବିନା ଅନୁମତିରେ ହଷ୍ଟେଲ୍ ରୁମ୍ ରେ ରହୁଛନ୍ତି ସେମାନଙ୍କୁ ସେପ୍ଟେମ୍ବର ୪ ସୁଦ୍ଧା ଛାଡ଼ି ଚାଲିଯିବାକୁ କୁହାଯାଇଥିଲା।
Comments are closed.