Latest Odisha News

BREAKING NEWS

Jeevan zindabad: ଆତ୍ମହତ୍ୟା ରୋକିବାକୁ ପ୍ରୟାସ; ସେପ୍ଟେମ୍ବର ୧୦ରୁ ‘ଜୀବନ ଜିନ୍ଦାବାଦ୍’ କାର୍ଯ୍ୟକ୍ରମ..

ଭୁବନେଶ୍ୱର: ଗତ କିଛି ଦିନ ହେବ ଲଗାତାର ଭାବେ ରାଜ୍ୟର ଅନେକ ସ୍ଥାନରୁ ଆତ୍ମହତ୍ୟା ଖବର ସାମ୍ନାକୁ ଆସୁଛି । ସେ ବୟସ୍କ ହେଉଛି ଯୁବପିଢି କିଏ ନା କିଏ ଜୀବନ ହାରୁଛନ୍ତି । ଏଭଳି ଘଟଣା ଉପରେ କିପରି ରୋକ ଲାଗିବ ସେନେଇ ଆଜି ଲୋକସଭା ଭବନରେ ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି ।

ଅନୁଷ୍ଠିତ ଏହି ବୈଠକରେ ନିଜ ଜୀବନ ନେବା ଘଟଣାରେ ରୋକ ଲଗାଇବା ପାଇଁ ସରକାରଙ୍କ ପକ୍ଷରୁ ପଦକ୍ଷେପ ଗ୍ରହଣ କରାଯାଇଛି । ଆସନ୍ତା ୧୦ ତାରିଖରୁ ଆରମ୍ଭ ହେବ ‘ଜୀବନ ଜିନ୍ଦାବାଦ୍’ କାର୍ଯ୍ୟକ୍ରମ ଆରମ୍ଭ ହେବ । ଏହି କାର୍ଯ୍ୟକ୍ରମ ବିଭିନ୍ନ ଜିଲ୍ଲାରେ କରାଯିବ । ଆତ୍ମହତ୍ୟା ରୋକିବାକୁ ଜିଲ୍ଲା ହେଡ୍‌କ୍ବାର୍ଟରରେ ଏହି କାର୍ଯ୍ୟକ୍ରମ କରାଯିବ ବୋଲି ବୈଠକ ଆଲୋଚନା କରାଯାଇଛି ।

ଏଥିରେ କଲେଜ, ସ୍କୁଲ ଛାତ୍ରଛାତ୍ରୀ ଓ ଯୁବବର୍ଗ ସାମିଲ ହେବେ । ୭୦ରୁ ଅଧିକ କଳାକାର ଏଥିରେ ସାମିଲ ହେବେ । ମହିଳା ଶିଶୁ ବିକାଶ ବିଭାଗ, ଗୃହ ଓ ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ଆୟୋଜିତ ହେବ ଏହି ‘ଜୀବନ ଜିନ୍ଦାବାଦ୍’ କାର୍ଯ୍ୟକ୍ରମ ।

ତେବେ ଆଜିର ଏହି ବୈଠକରେ ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ୟ୍ୟବଂଶୀ ସୂରଜଙ୍କ ବ୍ୟତିତ ମୁଖ୍ୟ ଶାସନ ସଚିବ, ପୋଲିସ ଡିଜି, ଉଚ୍ଚଶିକ୍ଷା ବିଭାଗର ସଚିବ ଓ ବିଭିନ୍ନ ଅଧିକାରୀ ଉପସ୍ଥିତ ଥିଲେ ।

Comments are closed.