ନୂଆଦିଲ୍ଲୀ: ନିକଟରେ ଇରଫାନ ପଠାନଙ୍କ ଏକ ପୁରୂଣା ବୟାନ ସୋସିଆଲ ମିଡିଆରେ ବେଶ ଚର୍ଚ୍ଚାର କାରଣ ସାଜିଛି । ୨୦୨୦ରେ ଧୋନୀ ଏକ ସାକ୍ଷାତକାରରେ କହିଥିଲେ ମୁଁ ଏଠାକୁ ଖେଳିବାକୁ ଆସିଛି । ମହେନ୍ଦ୍ର ସିଂ ଧୋନୀଙ୍କ ରୁମକୁ ଯାଇ ତାଙ୍କ ପାଇଁ ହୁକ୍କା ପ୍ରସ୍ତୁତ କରିବା ମୋ କାମ ନୁହେଁ । ପଠାନ ତାଙ୍କ ଶେଷ ଦିନିକିଆରେ ୫ଟି ୱିକେଟ ନେବା ସତ୍ୱେ ତାଙ୍କୁ ଟିମରୁ ବାଦ ଦିଆଯାଇଥିଲା । ଇରଫାନଙ୍କ ପୂର୍ବରୁ ବୀରେନ୍ଦ୍ର ସେହ୍ୱାଗ ଓ ଯୁବରାଜ ସିଂ ମଧ୍ୟ ଧୋନୀଙ୍କୁ ସମାଲୋଚିତ କରିବା ଭଳି ବୟାନ ଦେଇଥିଲେ । ଏବେ ଧୋନୀଙ୍କୁ ନେଇ ହୁକ୍କା ମୀମ୍ମ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।
ଜଣେ ୟୁଜର୍ସ କହିଛନ୍ତି ଯେ, ୨୦୧୪ରେ ରବୀନ୍ଦ୍ର ଜାଡେଜା, ଈଶାନ୍ତ ଶର୍ମା, ଶିଖର ଧାୱନ ଓ ବିରାଟ କୋହଲି ଧୋନୀଙ୍କ ହୁକ୍କା ପାର୍ଟିର ନିୟମିତ ସଦସ୍ୟ ଥିଲେ । ନାଗପୁରର ଏକ ହୋଟେଲରେ ହୁକ୍କା ପାର୍ଟି ବେଳେ ନିଆଁ ଲାଗି ଯାଇଥିଲା । ଟିମ ଇଣ୍ଡିଆ ୪୨୦୦୦ ଟଙ୍କା ଏହି ବାବଦକୁ ଭରଣା କରିବାକୁ ପଡିଥିଲା । ଅନ୍ୟ ଜଣେ ୟୁଜର୍ସ ଲେଖିଛନ୍ତି ଅମ୍ବାତି ରାୟୁଡୁ ଭଲ ହୁକ୍କା ପ୍ରସ୍ତୁତ କରନ୍ତି । ସେଥିପାଇଁ ଧୋନୀ ତାଙ୍କୁ ସର୍ବଦା ପାଖରେ ରଖିବାକୁ ଭଲ ପାଆନ୍ତି । ଯେଉଁମାନଙ୍କୁ ହୁକ୍କା ପ୍ରସ୍ତୁତ କରିବା ଆସୁ ନ ଥିଲା ସେମାନଙ୍କୁ ଧୋନୀ ଲାଗିପଡି ଦଳରୁ ବାହାର କରୁଥିଲେ ବୋଲି ଆଉ ଜଣେ ୟୁଜର୍ସ ଲେଖିଛନ୍ତି ।
Comments are closed.