ଚେନ୍ନାଇ: ଆଇପିଏଲରେ ଏବେ କେତୋଟି ସଂସ୍କରଣରେ ଚେନ୍ନାଇ ସୁପର କିଙ୍ଗସର ପ୍ରଦର୍ଶନ ନୈରାଶ୍ୟଜନକ ରହିଛି । ଗୁରୁବାର ଚେନ୍ନାଇ ସୁପର କିଙ୍ଗସ ଏନ.ଶ୍ରୀନିବାସନଙ୍କୁ ପୂନର୍ବାର ଚେୟାରମ୍ୟାନ ନିଯୁକ୍ତ କରିଛି । ଶ୍ରୀନିବାସନଙ୍କ ଉପସ୍ଥିତି ମହେନ୍ଦ୍ର ସିଂ ଧୋନୀଙ୍କ ଚାହିଦା ବୃଦ୍ଧି କରିବ କି ନାହିଁ ତାହା ଖୁବ ଶୀଘ୍ର ଜଣାପଡିବ । ୨୦୦୮ ନିଲାମରେ ଧୋନୀଙ୍କୁ ମୋଟା ଅଙ୍କର ଅର୍ଥ ଦେଇ ଶ୍ରୀନିବାସନ ଚେନ୍ନାଇ ଟିମ ସହିତ ଯୋଡିଥିଲେ । ଏହା ପରେ ଧୋନୀ ଓ ଶ୍ରୀନିବାସନଙ୍କ ସମ୍ପର୍କ ଭାରତୀୟ କ୍ରିକେଟରେ ଏକ ନୂଆ ଅଧ୍ୟାୟ ସୃଷ୍ଟି କରିଥିଲା । ଏହି ଯୋଡି ଆଇପିଏଲରେ ସଫଳତା, ବିଫଳତା ଓ ବିବାଦର କେନ୍ଦ୍ର ସାଜିଥିଲେ । ତେବେ ୪୪ ବର୍ଷୀୟ ଧୋନୀଙ୍କୁ ଶ୍ରୀନିବାସନ ଏଥର ସମାନ ଗୁରୁତ୍ୱ ଦେବେ କି ନାହିଁ ତାହା ସ୍ପଷ୍ଟ ହୋଇ ପାରିନି ।
ରିପୋର୍ଟ ମୁତାବକ ଅଧିନାୟକ ରିତୁରାଜ ଗାଏକ୍ୱାଡ, କୋଚ ଷ୍ଟିଫେନ ଫ୍ଲେମିଂ ଓ ଧୋନୀଙ୍କୁ ଏକ ଶକ୍ତିଶାଳୀ ଟିମ ଗଠନ କରିବା ପାଇଁ ଶ୍ରୀନିବାସନ ଦାୟିତ୍ୱ ପ୍ରଦାନ କରିଛନ୍ତି । ୨୦୨୬ ଆଇପିଏଲରେ ଧୋନୀ ଖେଳିବେ କି ନାହିଁ ତାହା ସ୍ପଷ୍ଟ ହୋଇନି । ସେ ସ୍ପଷ୍ଟ ଭାବେ କହିଛନ୍ତି ଯେ, ମୁଁ ମୋ ଫିଟନେସକୁ ଅନୁଧ୍ୟାନ କରିବା ପରେ ଖେଳିବା ସମ୍ପର୍କରେ ନିଷ୍ପତି ନେବି । ଧୋନୀ ୨/୩ଟି ସିଜନ ହେବ ଆଘାତ ସମସ୍ୟାରେ ରହୁଛନ୍ତି । ଏହାର ପ୍ରଭାବ ଦଳର ପ୍ରଦର୍ଶନ ଉପରେ ମଧ୍ୟ ପଡୁଛି ।
Comments are closed.