ନୂଆଦିଲ୍ଲୀ: ଟାଇଗର ଶ୍ରଫଙ୍କ ଆଗାମୀ ଫିଲ୍ମ ବାଗୀ ୪ରେ ଅତ୍ୟଧିକ ହିଂସା ରହିଥିବା ଯୋଗୁ ସେନ୍ସର ବୋର୍ଡ କଠୋର ପଦକ୍ଷେପ ଗ୍ରହଣ କରିଛି । ରିପୋର୍ଟ ମୁତାବକ ବାଗୀ ୪ରେ ୨୩ କଟ ଲଗାଯିବା ସହ ଏ ସାର୍ଟିଫିକେଟ ପ୍ରଦାନ କରାଯାଇଛି । ପୂର୍ବରୁ ଟାଇଗର ଅନେକ ପାରିବାରିକ ଫିଲ୍ମ କରିଛନ୍ତି । ପ୍ରଥମ ଥର ପାଇଁ ତାଙ୍କର କୌଣସି ଫିଲ୍ମକୁ ଏ ସାର୍ଟିଫିକେଟ ମିଳିଛି । ଆଡଲ୍ଟ ରେଟିଂ ଦେବା ପରେ ମଧ୍ୟ ସେନ୍ସର ବୋର୍ଡ କେତେକ ସିନ ଏବଂ ଡାଇଲଗ ହଟେଇବା ପାଇଁ ଆଦେଶ ଦେଇଛି । ଫିଲ୍ମ ସେପ୍ଟମ୍ବର ୫ରେ ରିଲିଜ ହେବ । ଫିଲ୍ମରେ ଥିବା ଅଶ୍ଲୀଳ ଦୃଶ୍ୟ ଓ ଡବଲ ମିନିଂ ଡାଇଲଗକୁ ମଧ୍ୟ କଟାଯାଇଛି ।
କଟ ପରେ ଏବେ ଫିଲ୍ମର ଲେନଥ ୨ ଘଂଟା ୩୭ ମିନିଟ ରହିଛି । ସାର୍ଟିଫିକେଟ ମିଳିବା ପରେ ମେକର୍ସ ୩ ଦିନ ପରେ ସିବିଏଫସି ନିକଟକୁ ଯାଇଥିଲା । ଫିଲ୍ମରୁ ୧୯ ସିନ ପାଖାପାଖି ୬ ମିନିଟ ୪୫ ସେକେଣ୍ଡର ଫୁଟେଜ ହଟାଇଥିବା ମେକର୍ସଙ୍କ ପକ୍ଷରୁ ସ୍ପଷ୍ଟ କରାଯାଇଛି । କଟ ପରେ ଏବେ ଉଭୟ ମେକର୍ସ ଓ ସିବିଏଫସି ସନ୍ତୁଷ୍ଟ ହୋଇଛନ୍ତି । ପୂର୍ବରୁ ୱାର ୨ ଓ ଦି ବେଙ୍ଗଲ ଫାଇଲ୍ସ ଫିଲ୍ମ କ୍ଷେତ୍ରରେ ମଧ୍ୟ ସମାନ ପରିସ୍ଥିତି ଘଟିଥିଲା ।
Comments are closed.